ଭବାନୀପାଟଣା– ଭବାନୀପାଟଣାରେ ବ୍ୟବସାୟୀଙ୍କୁ ଲୁଟ୍ ଘଟଣାରେ ୪ ଜଣ ୱେବ ସାମ୍ବାଦିକଙ୍କ ସମେତ ୫ ଜଣଙ୍କୁ ଗିରଫ କରିଛି ସଦର ଥାନା ପୋଲିସ । ଘଟଣାରେ ଜଡ଼ିତ ଆଉ ଜଣେ ଅଭିଯୁକ୍ତ ଫେରାର୍ ରହିଛି ।
ସୂଚନା ଅନୁଯାୟୀ, ଗତ ୨ ତାରିଖରେ ଏମାନେ ଜଣେ ବ୍ୟବସାୟୀଙ୍କ ଠାରୁ ୨ ଲକ୍ଷ ୫୫ ହଜାର ଲୁଟ୍ କରିଥିବା ନେଇ ଥାନାରେ ଏତଲା ହୋଇଥିଲା । ଏତଲାକୁ ଭିତି କରି ପୋଲିସ ସମ୍ପୃକ୍ତ ୫ ଜଣଙ୍କୁ ଗିରଫ କରିଛି । ତେବେ ଘଟଣାରେ ଜଡ଼ିତ ଆଉ ଜଣେ ଅଭିଯୁକ୍ତ ଫେରାର୍ ରହିଛି । ପୋଲିସ ପକ୍ଷରୁ ଏନେଇ ଅଧିକ ତଦନ୍ତ ଜାରି ରହିଛି ।