ସାନଖେମୁଣ୍ଡି: ନିଖିଳ ଓଡିଶା ବାଣାୟତ ଓଡ଼ିଆ ସମାଜର ପ୍ରଥମ ବାର୍ଷିକ ରାଜ୍ୟ ସ୍ତରୀୟ ସାଧାରଣ ଅଧିବେଶନ କୂଳ ଇଷ୍ଟଦେବୀ କଙ୍କୋରଡା ସ୍ଥିତ ଶ୍ରୀ ମାଁ ନାରାୟଣୀ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ସମଗ୍ର ରାଜ୍ୟରୁ ନିମନ୍ତ୍ରିତ କୁଳ ସମାଜର କର୍ମକର୍ତା ସଂଗଠକ ତଥା ଜାତିପ୍ରେମୀ ବ୍ୟକ୍ତିତ୍ୱଙ୍କ ସମାରୋହରେ ଅୟୋଜିତ ଏହି ଅଧିବେଶନ ସମାରୋହ ସାନଖେମୁଣ୍ଡି ପାଞ୍ଚ ତାଲୁକା ଅନ୍ତର୍ଗତରେ ଅନୁଷ୍ଠିତ ହୋଇନଥିବାରୁ ବାଣାୟତ ଓଡ଼ିଆ ସମାଜ ପକ୍ଷରୁ ପ୍ରବକ ଉତ୍ସାହର ପରିକଳ୍ପନା ବେଳେ ସମାବେଶୀତ ଜାତିପ୍ରେମୀଙ୍କ ଉତ୍ସାହ ଦେଖିବାକୁ ମିଳିଥିଲା। ରାଜ୍ୟ ସଭାପତି ଶ୍ରୀ ସନ୍ତୋଷ କୁମାର ନାୟକଙ୍କ ପୌରହିତରେ ଅନୁଷ୍ଠିତ ଏହି ସମାରୋହରେ କୂଳଗର୍ଵ ବ୍ୟକ୍ତିତ୍ୱ ଭାବେ ବିଶିଷ୍ଟ ସାହିତ୍ୟିକ ତଥା ହୃଦରୋଗ ବିଶେଷଜ୍ଞ ଡ଼:ଚନ୍ଦ୍ରମଣି ସ୍ୱାଇଁ କୂଳ ପତାକା ଉତ୍ତୋଳନ କରିବା ସହିତ ନିମନ୍ତ୍ରିତ ଅତିଥି ଗହଣରେ କୂଳ ପ୍ରଦୀପ ପ୍ରଜ୍ଵଳନ କରିଥିଲେ। ମାନ୍ୟବର ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା ମୁଖ୍ୟ ଅତିଥି ଭାବେ ନିମନ୍ତ୍ରିତ ହୋଇ ବାର୍ଷିକ ଅଧିବେଶନକୁ ଉଦଘାଟନ କରିଥିଲେ। ବିଶିଷ୍ଟ ଅତିଥି ଭାବେ ସ୍ଥିରୀକୃତ ପୋଲସରା ବିଧାୟକଙ୍କ ଅନ୍ୟକାର୍ଯ୍ୟ ଯୋଗୁ କାର୍ଯ୍ୟକ୍ରମରେ ଯୋଗ ଦେଇନଥିବା ବେଳେ ମୁଖ୍ୟବକ୍ତା ଭାବେ ରାଜ୍ୟ ସମାଜର ପୂର୍ବତନ ସଭାପତି ଶ୍ରୀ ବିଭୁତି ଭୂଷଣ ଜେନା, ସମ୍ମାନୀୟ ବକ୍ତା ଶ୍ରୀଯୁକ୍ତ ଗନ୍ଧର୍ବ ପ୍ରଧାନ ଜିଲା ସଭାପତି , ସମ୍ମାନୀୟ ଅତିଥି ଭାବେ ପୂର୍ବତନ ବୁଗୁଡା ବ୍ଲକ ଅଧକ୍ଷ ଶ୍ରୀଯୁକ୍ତ ଗୋକୁଳ ନନ୍ଦ ମଲ୍ଲିକ, ଆସିକା ବ୍ଲକ ଅଧକ୍ଷ ଶ୍ରୀଯୁକ୍ତ ହରେକୃଷ୍ଣ ମଲ୍ଲିକ, ବେଳଗୁଣ୍ଠାର ପୂର୍ବତନ ଅଧକ୍ଷ ଶ୍ରୀଯୁକ୍ତ ଚନ୍ଦ୍ରପାଣି ସାମଲ, ବେଳଗୁଣ୍ଠା ବ୍ଲକ ଉପାଧ୍ୟକ୍ଷ ଶ୍ରୀମତୀ ପିଙ୍କି ପରିଡା, ରାଜ୍ୟ ଉପସଭାପତି ପ୍ରଶାନ୍ତ କୁମାର ଦାସ, ରାଜ୍ୟ ସମ୍ପାଦକ ଶ୍ରୀ ବିଜୟ କୁମାର ପରିଡା, ରାଜ୍ୟ ସଂଗଠକ ନିରଞ୍ଜନ ପ୍ରଧାନ, ପଜପତି ପ୍ରଭାରୀ ମୀନକେତନ ସାହୁ, ତେରେସ୍ଥାନ ତାଳୁକା ସଭାପତି ଦୁର୍ଯ୍ୟୋଧନ ସାହୁ, କଉଡ଼ିଆ ସରପଞ୍ଚ ଜୟନ୍ତୀ ଖୁଣ୍ଟିଆ ମଞ୍ଚାସିନ ରହିଥିଲେ। ସମାଜରେ ଲାଗିରହିଥିବା ଚିରାଚରିତ ଅନୁତ ଚିନ୍ତାଧାରାକୁ ପରିହାର କରି ସମାଜର ସମ୍ପାଦିକ, ଆତ୍ମିକ, ତଥା ଅର୍ଥନୈତିକ ବିକାଶରେ ଭାଗିଦାରୀ ରହିବାକୁ କୂଳ ସଦସ୍ୟଙ୍କୁ ଆହ୍ୱାନ ଦେଇଥିଲେ। ବାଲ୍ୟ ବିବାହକୁ ନିୟନ୍ତ୍ରଣ ସହିତ ନାରିଶିକ୍ଷାକୁ ପ୍ରୋତ୍ସାହୀତ କରାଯିବାକୁ ପ୍ରୋତ୍ସାହୀତ କରିଥିଲେ। ନୂତନ କାର୍ଯ୍ୟଧାରରେ ସମାଜକୁ ପରିଚାଳିତ କରାଯିବାକୁ ନେଇ ନୂତନ କୁଳ ସମ୍ବିଧାନ ଉନ୍ମୋଚିତ ହେବା ସହିତ କୌଳିକ ମାଟ୍ରିମୋର୍ଣ ସଂକଳନ କରି ଗରିବ ନିରପ୍ରୟା କୂଳ କନ୍ୟାକୁ ସାମୁହିକ ବିବାହ ମାଧ୍ୟମରେ କରାଇବାକୁ ନିଷ୍ପତି ଗୃହୀତ ହୋଇଥିଲା। ରାଜ୍ୟ ଉପସଭାପତି ଶ୍ରୀ ପ୍ରଶାନ୍ତ କୁମାର ବିଷୋୟୀଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କୂଳ ସମାଜର ବ୍ୟକ୍ତିତ୍ୱ ହିସାବରେ ସମାଜକୁ ପରିପୃଷ୍ଟ କରି ଗର୍ବିତ କରୁଥିବା ବ୍ୟକ୍ତିତ୍ୱ ହିସାବରେ ସାନଖେମୁଣ୍ଡି ବିଧାୟକ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ଜେନାଙ୍କୁ ପାଞ୍ଚତାଲୁକା ତରଫରୁ ସମୁନ୍ଧିତ କରାଯିବା ସହ ସମସ୍ତ ସମ୍ମନିତ ଅତିଥି ବୃନ୍ଦନ୍କଜ ଉପତୌକନ ଏବଂ ପ୍ରଶଂସା ପତ୍ର ପ୍ରଦାନ କରି ସମୁନ୍ଧିତ କରାଯାଇଥିଲା।
ରିପୋର୍ଟ: ପ୍ରଫୁଲ୍ଲ ସାବତ।