ରାଞ୍ଚୀ। ଝାରଖଣ୍ଡରେ ପ୍ରବର୍ତନ ନିର୍ଦେଶନାଳୟ (ଇଡି) ଏକ ବଡ ଚଢାଉ ଆରମ୍ଭ କରିଛି। ଇଡିର ବିଭିନ୍ନ ଟିମ ରାଜଧାନୀ ରାଞ୍ଚୀରୁ ଆରମ୍ଭ କରି ଚାଇବାସା ପର୍ଯ୍ୟନ୍ତ ଚଢାଉ କରୁଛନ୍ତି । ଇଡିର ଏହି ଟିମ ଗୁଡିକ ଆଇଏସ ମନୀଷ ରଞ୍ଜନ, ମନ୍ତ୍ରୀ ମିଥିଲେଶ ଠାକୁରଙ୍କର ପିଏସ ହରେନ୍ଦ୍ର ସିଂହ, ମନ୍ତ୍ରୀଙ୍କର ଭାଇ ବିନୟ ଠାକୁର ସମେତ କିଛି ବିଭାଗୀୟ ଇଞ୍ଜିନିୟରଙ୍କ ସହିତ 20 ଠିକଣାରେ ଚଢାଉ କରୁଥିବା ଜଣା ପଡିଛି।
ପେୟଜଳ ଏବଂ ସ୍ଵଚ୍ଛତା ବିଭାଗର ଜଳ ଜୀବନ ମିଶନରେ ଅନିୟମିତତା ସହିତ ସମ୍ପର୍କିତ ମାମଲାକୁ ନେଇ ଏହି ଚଢାଉ ହେଉଛି । ରାତୁ ରୋଡରେ ଥିବା ଇନ୍ଦ୍ରପୁରୀ ରୋଡରେ ବିଜୟ ଅଗ୍ରୱାଲଙ୍କର ଆବାସ ସହିତ ହରମୁ ଏବଂ ମୋରହାବାଦୀ ସହ ଅନ୍ୟାନ୍ୟ ସ୍ଥାନରେ ତଲାଶୀ ଅଭିଯାନ ଚାଲିଛି ।