ଭବାନୀପାଟଣା– ଗତକାଲି ବିଳମ୍ବିତ ରାତିରେ ବୋର୍ଡl ଠାରେ ମା ଡୁକୁରି ବୁଢ଼ୀଙ୍କ ପବିତ୍ର ଛତର ଯାତ୍ରା ସମାପନ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ହଜାର ହଜାର ଶ୍ରଦ୍ଧାଳୁ, ଭକ୍ତ ମାନେ ଉପସ୍ଥିତ ରହି ମା ଙ୍କ ଆଶିଷ ଲାଭ କରିଥିଲେ, ଦର୍ଶନ କରିବା ସହ ରଙ୍ଗରଙ୍ଗ ସଂ।ସ୍କୃତିକ କାର୍ଯ୍ୟକ୍ରମ ଢୋଲ, ମୁହୁରି, ବାଜା, ପରମ୍ପରିକ ନିଶାନ ବାଜା, ଖରିଆର, ଭୋଜ ପୁରର ଘଣ୍ଟ ଦଳ, ସିନ୍ଧେକେଲାର ଘଣ୍ଟ ଦଳ, ଚପରିଆର ଢକା ପାର୍ଟି, ବୋର୍ଡlର ଆକର୍ଷଣରେ ମହାକାଳୀ ଦଳଙ୍କ କାଳ ମନମୁଗ୍ଧ କରିଥିବା ବେଳେ ଅନେକ ପ୍ରକାରର ସାଂକୃତିକ କାର୍ଯ୍ୟକ୍ରମରେ ନିର୍ଦ୍ଧାରିତ ସମୟରେ ମା ଙ୍କ ମନ୍ଦିରରୁ ବଳି ଭୋଗ ଖାଇ ସହର ପରିକ୍ରମାରେ ଛତର ଯାତ୍ରା ଆରମ୍ଭ ହୋଇଥିଲା। ଶହ ଶହ ମାନସିକଧାରୀ ଭକ୍ତ ମାନେ ସ୍ଥାନେ ସ୍ଥାନେ ବଳି ଭୋଗ କରିଥିଲେ। ଅଞ୍ଚଳ ତଥା ବଲାଙ୍ଗୀର, ନୂଆପଡା ସମେତ ବିଭିନ୍ନ ଜିଲ୍ଲାର ଶ୍ରଦ୍ଧାଳୁ ଭକ୍ତ ମାନେ ମା ଙ୍କ ଛତର ଯାତ୍ରାର ଆଶିଷ ଲାଭ କରିଥିଲେ ଏବଂ ଦୁର୍ଗା ପୂଜା ଅବସରରେ ଏହି ଛତର ଯାତ୍ରା ହେଉଥିବାରୁ ଅନେକ ଦମ୍ପତି ମା ଙ୍କ ଠାରୁ ଆଶୀର୍ବାଦ ଲାଭ କରିଥିଲେ ଏବଂ ବୁଲାବୁଲି କରି ଉପଭୋଗ କରିଥିଲେ। ଏହି ପବିତ୍ର ଛତର ଯାତ୍ରାର ସଭାପତି ତରଣୀ ସେନ ମାଝୀ, ସମ୍ପାଦକ ନାରାୟଣ ଭୋଇ ସମେତ ଅନେକ ସ୍ବେଛାସେବୀ, ପରିଚାଳନା କରିବା ସହ ଶାନ୍ତି ଶୃଙ୍ଖଳା ଦୃଷ୍ଟିରୁ ପୋଲିସ ପ୍ରଶାସନ ସୁଚାରୁ ରୂପେ ତଦାରଖ କରିବା ସହ ଟ୍ରାଫିକ କଣ୍ଟ୍ରୋଲ କରିଥିଲେ।
ଏହି ଆଡମ୍ବର ଛତର ଯାତ୍ରା ପ୍ରାୟ ୨୦୧୧ ମସିହାରୁ ଚାଲୁଥିବା ବେଳେ ପୂର୍ବରୁ କେବଳ ମନ୍ଦିରରେ ପୂଜା ସୀମିତ ଥିବା ଜଣାଯାଏ।