
ବଲାଙ୍ଗିର– ବଲାଙ୍ଗିର ଦିନ ଆୟୋଜକ କମିଟିର ଅଧ୍ୟକ୍ଷ ଗୋପାଳଜୀ ପାଣିଗ୍ରାହୀଙ୍କ ନେତୃତ୍ଵରେ ଏକ ପ୍ରତିନିଧି ମଣ୍ଡଳୀ ପାଟଣାଗଡ ବିଧାୟକ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଏବଂ ସାଂସଦ ସଙ୍ଗିତା କୁମାରୀ ସିଂଦେଓଙ୍କୁ ପାଟଣାଗଡ ଠାରେ ଭେଟି ନଭେମ୍ବର ୧ ବଲାଙ୍ଗିର ଦିନ ସମ୍ବନ୍ଧରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଗଲା । ନଭେମ୍ବର ୧ ବଲାଙ୍ଗିର ଦିନ ସକାଳୁ ମଂଚ ପୂଜା ଓ ସାଂସ୍କୃତିକ ଶୋଭାଯାତ୍ରା ପାଇଁ ଏବଂ ନଭେମ୍ବର ୨ ସନ୍ଧ୍ୟାରେ ସାଂସ୍କୃତିକ ସନ୍ଧ୍ୟା ପାଇଁ ନିଷ୍ପତି କରାଗଲା ଏବଂ ଏହି ଦିନ ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କୁ ମୁଖ୍ୟ ଅତିଥି ଭାବରେ ନିମନ୍ତ୍ରଣ ପାଇଁ ଏକ ପତ୍ର ଉପ-ମୁଖ୍ୟମନ୍ତ୍ରୀଙ୍କ ଜରିଆରେ ପ୍ରଦାନ କରାଗଲା ଏବଂ ଏ ବର୍ଷ ବଲାଙ୍ଗିର ଦିନରେ ଉପମୁଖ୍ୟମନ୍ତ୍ରୀ ଓ ସାଂସଦ ବଲାଙ୍ଗିର ଉପସ୍ଥିତ ରହିବା ପାଇଁ ସହମତି ପ୍ରକାଶ କରିଛନ୍ତି ।
ଏହି କାର୍ଯ୍ୟକ୍ରମରେ ଶ୍ରୀକର ମିଶ୍ର, ଲୋଟସ ଷଡଙ୍ଗି, ପ୍ରଭାକର ମିଶ୍ର, ସଞ୍ଜିବ ସାହୁ, ବିନୋଦ କାଲସାଏ, ରବି ଖମାରୀ, ସନ୍ତୋଷ ପଟେଲ, ରାମ ଦାଶ, ସୁମେଶ ଡାଙ୍ଗ, ଆକାଶ ମହାରଣା, ହରିଓମ୍ ପଟେଲ, ନୁତନ ଦାସ, ହିମାନୀ ତ୍ରିପାଠୀ, ରଶ୍ମିତା ପାତ୍ର, ପୂଜା ସାହୁ, ମୌସମି ବାନାର୍ଜି, ଜ୍ୟୋର୍ତିମୟି ସାହୁ, ଅଶୋକ ରାଉତ, ରୁତୁରାଜ ପଧାନ, ଶ୍ରୀକାନ୍ତ ବେହେରା, ସୁନିଲ ମିଶ୍ର ପ୍ରମୁଖ ସାମିଲ ଥିଲେ ।