କେନ୍ଦୁଝର/ଘଟଗାଁ– କେନ୍ଦୁଝର ସଦର ମହାକୁମାରେ ଅବସ୍ଥିତ ମୁଖ୍ୟ ଡାକଘର କାର୍ଯ୍ୟାଳୟ ରହିଥିବା ବେଳେ ମାତ୍ର କେଇ ଗଜ ଦୂରରେ ରହିଛି କର୍ମଚାରି ମାନଙ୍କର ରହିବା ପାଇଁ ଏକ କଲୋନୀ । ଉକ୍ତ କଲୋନୀର ରକ୍ଷଣାବେକ୍ଷଣ ଉପରେ ଡାକ ବିଭାଗ ଦୃଷ୍ଟି ଦେଉନଥିବାରୁ ଏହି ଡାକ କଲୋନୀର ଅବସ୍ଥା ଦୟନିୟ ହୋଇପଡିଛି । ଏହି କଲନୀର ଚତୃପାର୍ଶ୍ଵ ଘାସ, ଲତା ଗୁଳ୍ମରେ ପରିପୂର୍ଣ୍ଣ ହୋଇ ସରିସୃପ ଓ ମଶା, ଡେଙ୍ଗୁ ଉତ୍ପତିର କେନ୍ଦ୍ରସ୍ଥଳୀ ପାଲଟିଛି । କଲୋନୀର ଚତୃପାର୍ଶ୍ଵ ନିୟମିତ ସଫେଇ କିମ୍ବା ଆବଶ୍ୟକ ପଡୁଥିବା ଘର ଗୁଡିକର ମରାମତି କରାଯାଉନାହିଁ । ଫଳରେ ଏହି କଲୋନୀଟିର ଅବସ୍ଥା ଦିନକୁ ଦିନ ଦୟନିୟ ହେବାରେ ଲାଗିଛି । କଲୋନୀଟିରେ ୧୬ ଜଣ କର୍ମଚାରୀଙ୍କ ପରିବାର ରହିବାର ବ୍ୟବସ୍ଥା ରହିଥିବା ବେଳେ ବର୍ତ୍ତମାନ ମାତ୍ର ୬ ଜଣ କର୍ମଚାରୀ ଆତଙ୍କିତ ଅବସ୍ଥାରେ ରହୁଛନ୍ତି । ଏଥିପ୍ରତି ବିଭାଗୀୟ ଉଚ୍ଚ ପଦସ୍ଥ ଅଧିକାରୀ ଦୃଷ୍ଟି ଦେବାକୁ ଦୃଢ଼ ଦାବି ହୋଇଛି ।
Related Stories
November 21, 2024
November 21, 2024