ନୁଆଦିଲ୍ଲୀ -ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସକାଳେ ଦୁଇ ଦିନିଆ ବିଦେଶ ଗ୍ରସ୍ତରେ ଲାଓସ ଅଭିମୁଖେ ଯାତ୍ରା କରିଛନ୍ତି।ସେ ଲାଓସର ରାଜଧାନୀ ଭାଇନଣ୍ଟିଅନରେ ଅନୁଷ୍ଠିତ ହେବାକୁ ଥିବା 21ତମ ଏସିଆନ-ଭାରତ ଶିଖର ସମ୍ମିଳନୀ ଏବଂ 19ତମ ପୁର୍ବ ଏସିଆ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବେ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ୍ସ ହ୍ୟାଣ୍ଡଲରେ କିଛି ସମୟ ପୁର୍ବରୁ ଲେଖିଛନ୍ତି ,21 ତମ ଏସିଆନ-ଭାରତ ଏବଂ 19 ତମ ପୁର୍ବ ଏସିଆ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବା ପାଇଁ ଲାଓସ ଯିବେ।
ଏହା ଏକ ବିଶେଷ ବର୍ଷ କାରଣ ଆମେ ଆମର ଆକ୍ଟ ଇଷ୍ଟ ନୀତିର ଏକ ଦଶନ୍ଧି ପାଳନ କରୁଛୁ,ଯାହା ଆମ ଦେଶ ପାଇଁ ଯଥେଷ୍ଟ ଲାଭ ଆଣିଛି।ଏହି ଗ୍ରସ୍ତ ସମୟରେ ବିଶ୍ୱ ନେତାଙ୍କ ସହ ବିଭିନ୍ନ ଦ୍ୱିପାକ୍ଷିକ ବୈଠକ ଏବଂ ଆଲୋଚନା ମଧ୍ୟ ହେବ।ଚଳିତ ବର୍ଷ ସମ୍ମିଳନୀରେ ହୋଷ୍ଟ ଏସିଆନର ବର୍ତ୍ତମାନ ଅଧକ୍ଷ ଲାଓସ ।