
ଭୁବନେଶ୍ୱର, ଟାଟା ଗ୍ରୁପର ଚେୟାରମ୍ୟାନ୍ ତଥା ପ୍ରଖ୍ୟାତ ଶିଳ୍ପପତି ରତନ ଟାଟାଙ୍କ ଦେହାନ୍ତରେ ଓଡିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିଛନ୍ତି ।
ସୋସିଆଲ ମିଡିଆକୁ ନେଇ ମୁଖ୍ୟମନ୍ତ୍ରୀ ମାଝୀ ଲେଖିଛନ୍ତି , ଶିଳ୍ପ କିମ୍ବଦନ୍ତୀ ତଥା ପ୍ରକୃତ ଜାତୀୟ ଆଇକନ୍ ରତନ ଟାଟାଙ୍କ ଦେହାନ୍ତ ହେତୁ ମୁଁ ଗଭୀର ଦୁଃଖିତ । ତାଙ୍କର ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱ, ନୈତିକତା ପ୍ରତି ଅଦମ୍ୟ ପ୍ରତିବଦ୍ଧତା ଏବଂ ଭାରତର ବିକାଶରେ ତାଙ୍କର ଅତୁଳନୀୟ ଅବଦାନ ମୋର ଭବିଷ୍ୟତକୁ ପ୍ରେରଣା ଯୋଗାଇବ ତାଙ୍କ ପରିବାର ଏବଂ ପ୍ରିୟଜନଙ୍କୁ ହୃଦୟରୁ ସମବେଦନା ଜଣାଉଛି ।