ଭୁବନେଶ୍ୱର – ରାଜ୍ୟ ସରକାର ଆଳୁ ମିଶନ ଉପରେ ଗୁରୁତ୍ବ ଦେଉଛନ୍ତି ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଉତ୍ତର ପ୍ରଦେଶ ଏବଂ ପଞ୍ଜାବରୁ ଆଳୁ ବିହନ ଆଣି ଚାଷୀଙ୍କୁ ଯୋଗାଇ ଦିଆଯିବ । ସରକାର ଚାଷୀଙ୍କୁ ଭଲ କ୍ୱାଲିଟିର ବିହନ ଦେବେ । ଏ ନେଇ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଘୋଷଣା କରିଛନ୍ତି । ଓଡ଼ିଶା ଆଳୁ ଉତ୍ପାଦନରେ ଆତ୍ମ ନିର୍ଭରଶୀଳ ହେବ । ଆଉ କୌଣସି ରାଜ୍ୟ ଆଗରେ ହାତ ପତାଇବ ନାହିଁ ଓଡ଼ିଶା । ତାହା ହିଁ ପ୍ରମୁଖ ଉଦ୍ଦେଶ୍ୟ । ମୁଖ୍ୟମନ୍ତ୍ରୀ ମଧ୍ୟ 58ଟି ସବଡିଭିଜନରେ 58ଟି ଶୀତଳଭଣ୍ଡାର ତିଆରି କରିବା ପାଇଁ ନିଷ୍ପତି ନେଇଛନ୍ତି । ବର୍ଷେ ଦୁଇ ବର୍ଷ ଭିତରେ ସରକାରଙ୍କ ଯୋଜନା ସଫଳ ରୂପାୟନ ହେବ ବୋଲି ସେ ସୂଚନା ଦେଇଛନ୍ତି ।
Related Stories
November 21, 2024
November 21, 2024