ଭୁବନେଶ୍ୱର– କେନ୍ଦ୍ର ସରକାରଙ୍କ ପରେ ରାଜ୍ୟ ସରକାର ମଧ୍ୟ ଗରିବଙ୍କୁ ମାଗଣା ଚାଉଳ ଅବଧି ବଢାଇବେ । ସେ କହିଛନ୍ତି ଯେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏହି ସୂଚନା ଦେଇଛନ୍ତି ।
ଶ୍ରୀ ପାତ୍ର କହିଛନ୍ତି ଯେ କେନ୍ଦ୍ରସରକାର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାର ଅବଧିକୁ ବଢାଇଛନ୍ତି । ସେହିପରି କେନ୍ଦ୍ରସରକାର ଗରିବଙ୍କୁ ମାଗଣାରେ ଭିଟାମିନ ଯୁକ୍ତ ଚାଉଳ ଯୋଗାଣ ମଧ୍ୟ କରିବେ ।ଏଥିପାଇଁ ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଉଛି ।
ସେ କହିଛନ୍ତି ଯେ ଗରିବ ଲୋକଙ୍କ ପାଇଁ ଏହା ନିହାତି ଆବଶ୍ୟକ । ରାଜ୍ୟ ସରକାରଙ୍କ ନିଜସ୍ଵ ଯୋଜନାରେ ମଧ୍ୟ ସେହି ଅନୁପାତରେ ମାଗଣାରେ ଚାଉଳ ଯୋଗାଣ ଅବଧି ବୃଦ୍ଧି କରାଯିବ ।