ବଲାଙ୍ଗିର– ବଲାଙ୍ଗିର ଜିଲ୍ଲାର ବିଭିନ୍ନ ଅଂଚଳରେ ଛତୁ ଫୁଟିଲା ଭଳି ବେଆଇନ କ୍ଲିନିକ ଖୋଲିବା ସହ ନକଲି ଡାକ୍ତରଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ପ୍ରତ୍ୟେକ ଗାଁରେ ମାଳମାଳ ନକଲି ଡାକ୍ତର ରୋଗୀଙ୍କୁ ଚିକିତ୍ସା କରି ଜୀବନ ସହ ଖେଳ ଖେଳୁଥିବା ବେଳେ ଏହା ଦୃଷ୍ଟିର ଆଢ଼ୁଆଳରେ ରହି ଯାଉଥିଲା। କିଛି ରୋଗୀ ଭଲ ହେଉଥିବା ବେଳେ ଅନେକ ମୃତ୍ୟୁରେ ପଡ଼ୁଥିବା ଅଭିଯୋଗ ହୋଇ ଆସୁଥିଲା । ଶେଷରେ ପୋଲିସ
ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଗତକାଲି ବଲାଙ୍ଗୀର ଏସ୍ ପି ଙ୍କ ନିର୍ଦ୍ଦେଶ କ୍ରମେ ବଲାଙ୍ଗୀର ଜିଲ୍ଲା ସଇଁତଳା ଥାନା ଟିକରାପଡ଼ା ନିକଟସ୍ଥ ରଣl ପଡା ଠାରେ ଅବୈଧ ଭାବରେ ଚାଲଥିବା ଏକ କ୍ଲିନିକକୁ ସିଲ କରିଛି ସଇଁତଳା ପୋଲିସ l ବହୁଦିନରୁ ସରକାରୀ ସ୍ୱୀକୃତି ନଥାଇ କ୍ଲିନିକ ଚଳାଉଥିବା ବିଦ୍ୟୁତ୍ କୁମାର ବିଶ୍ବାସ (୫୫)ଙ୍କୁ ଶେଷରେ ଗିରଫ କରିଛି ପୋଲିସ l ଏହି କ୍ଲିନିକ୍ ରୁ ବିପୁଳ ପରିମାଣର ଅବୈଧ ଡ୍ରଗ୍ସ, ମେଡ଼ିସିନ୍ ଓ ଇଞ୍ଜେକସନ ଜବତ କରାଯାଇଛି l ଟିଟିଲାଗଡ଼ ଏସଡିପିଓ ଅଙ୍କିତା କୁମ୍ଭାର, ସଇଁତଳା ଆଇ ଆଇ ସି ସୁଶାନ୍ତ ବଢେଇ, ବଲାଙ୍ଗୀର ଡ୍ରଗ୍ସ ଇନିସପେକ୍ଟର ବାବୁଲାଲ ଟୁଡୁ, ସଇଁତଳା ମେଡିକାଲ ଅଫିସର ଡ. ଆକାଶ ପ୍ରଧାନ ପ୍ରମୁଖ ଏହି ଚଢଉ ବେଳେ ଉପସ୍ଥିତ ଥିଲେ। ସଇଁତଳା ପିଏସ୍ କେଶ୍ ନମ୍ବର ୪୧୭/୧୦.୦୯.୨୪ ରେ ଏକ ମାମଲା ରୁଜୁ ହୋଇଛି l କ୍ଲିନିକର ମାଲିକ୍ ବିଦ୍ୟୁତ୍ କୁମାର ବିଶ୍ବାସଙ୍କୁ ଗିରଫ କରି ସଇଁତଳା ଜେଏମଏଫ ସି କୋର୍ଟରେ ହାଜର କରାଯାଇଥିବା ପୋଲିସ ସୂଚନା ଦେଇଛି l