ଭୁବନେଶ୍ୱର– ଉତ୍କଳମଣି ଗୋପବନ୍ଧୁଙ୍କ ୧୪୭ ତମ ଜନ୍ମ ଜୟନ୍ତୀ ଅବସରରେ ବିଧାନସଭାରେ ସ୍ମୃତି ସଭା ଅନୁଷ୍ଠିତ ହୋଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧା ସୁମନ ଜ୍ଞାପନ କରି ତାଙ୍କର ସ୍ମୃତି ଚାରଣ କରିଛନ୍ତି। ବାଚସ୍ପତି ସୁରମା ପାଢୀ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସ୍ମୃତିଚାରଣ କରିଛନ୍ତି। ଏହା ସହ ଅନ୍ୟ ବିଧାୟକ ମାନେ ମଧ୍ୟ ଉପସ୍ଥିତ ରହିଥିଲେ । ବାଲ୍ୟ ଜୀବନରୁ ଶିକ୍ଷାକୁ ଅଗ୍ରାଧିକାର ଦେବା ସହ ପିଲାଙ୍କୁ ସାହାଯ୍ୟ କରୁଥିଲେ। ବନ୍ୟା ବା ବିପନ୍ନ ସମୟରେ ସାହାଯ୍ୟ କରିବା ତାଙ୍କର ମୁଖ୍ୟ ଉଦେଶ୍ୟ ଥିଲା। ଆଜି ହୀରାକୁଦ ତାଙ୍କରି ଉଦ୍ୟମରେ ଦଣ୍ଡାୟମାନ। ଭାରତର ଏକତ୍ରିକରଣ ସହ ଉତ୍କଳର ଅସ୍ମିତାକୁ ବଞ୍ଚାଇବା ଓ ସ୍ବରାଜ ହାସଲରେ ସେ ଅନେକ କିଛି କରିଯାଇଛନ୍ତି। ସାମ୍ବାଦିକ କ୍ଷେତ୍ରରେ ସେ ଅନ୍ୟତମ। ତାଙ୍କର ଜନ୍ମ ଜୟନ୍ତୀ ଅବସରରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ବାଚସ୍ପତି।
Related Stories
November 21, 2024
November 21, 2024