
ଭୁବନେଶ୍ୱର– ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ସେବା ଦିବସ ଅବସରରେ ଉତ୍କଳ ବିପନ୍ନ ସହାୟତା ସମିତି ପରିସରରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ସମ ହସ୍ପିଟାଲର କକର୍ଟ ରୋଗ ବିଶେଷଜ୍ଞ ପ୍ରଫେସର ଡାକ୍ତର ସୌମ୍ୟସୁରତ ପଣ୍ଡା ମୁଖ୍ୟ ଅତିଥି ଭାବରେ ଯୋଗଦେବା ସହ କ୍ୟାପିଟାଲ ହସ୍ପିଟାଲ ବ୍ଲଡ଼ ବ୍ୟାଙ୍କର ଡ଼କ୍ଟର ଦେବାଶିଷ ମିଶ୍ର ସମ୍ମାନିତ ଏବଂ ଓଡିଶା ପୂର୍ବପ୍ରାନ୍ତ ସହପ୍ରାନ୍ତ କାର୍ଯ୍ୟବାହ ସୁଦର୍ଶନ ଦାସ ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇଥିଲେ । ମଣିଷର ରକ୍ତ ମଣିଷ ପାଈଁ ଆବଶ୍ୟକ । ରକ୍ତ କୌଣସି ଫ୍ୟାକ୍ଟ୍ରିରେ ନିର୍ମିତ ହୋଇ ପାରେନି । ମଣିଷ ରକ୍ତ ଦାନ କଲେ ହିଁ ଏହା ଅନ୍ୟ ଜଣର ଜୀବନ ବଂଚିବ । ଆଜି ଗୋଟିଏ ଦିନରେ 100ୟୁନିଟରୁ ଅଧିକ ରକ୍ତ ସଂଗ୍ରହ ପାଈଁ ଯୋଜନା ରଖାଯାଇଛି ବୋଲି ସଂଯୋଜକ ରୁଦ୍ର ନାରାୟଣ ମହାପାତ୍ର କହିଛନ୍ତି ।