
ଭୁବନେଶ୍ୱର– ଆଜିଠାରୁ ଆରମ୍ଭ ହୋଇଛି ବିଜେଡିର ସଭ୍ୟ ସଂଗ୍ରହ ଅଭିଯାନ । ଏହା ରାଜନୈତିକ ଦଳ ପାଇଁ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକ୍ରମ ବୋଲି କହିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ । ଏହା ଦଳକୁ ସୁଦୃଢ କରେ। ଓଡିଶା ବାହାରେ ଥିବା ଭାଇ ଭଉଣୀ ମାନଙ୍କୁ ଏଥିରେ ସାମିଲ୍ କରିବା। ବିଦେଶରେ ଥିବା ପ୍ରବାସୀଙ୍କୁ ମଧ୍ୟ ଅନଲାଇନ ମାଧ୍ୟମରେ ସାମିଲ କରାଯିବ । ଓଡିଶା ବାସୀଙ୍କୁ ସେବା ଆମର ଲକ୍ଷ୍ୟ। ବିଜୁ ବାବୁଙ୍କ ସ୍ଵପ୍ନ। ଆମ ଭୋଟ ପ୍ରତିଶତ ଅଧିକ। ବିଜେଡି ଓଡିଶା ବାସୀଙ୍କ ହୃଦୟରେ ଅଛି। ଆମେ ମିସ କଲ ମାରି ସଦସ୍ୟତା ସଂଗ୍ରହ କରୁନୁ। ତାଠାରୁ ଉର୍ଦ୍ଧ୍ବରେ ଆମେ ବୋଲି କହିଛନ୍ତି ନବୀନ ପଟ୍ଟନାୟକ ।