ବଲାଙ୍ଗିର– ଶାରଦୀୟ ନବରାତ୍ରୀ ଦେଵୀ ପକ୍ଷ ସପ୍ତମୀ ଦିନରେ ଅନି ମା ସମଲେଶ୍ଵରୀ, ମା ଦୂର୍ଗା ଓ କୁସଙ୍ଗ ର ମା କୁଷଙ୍ଗେଇ ଅନି କାଳରାତ୍ରି ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ଆଜି ଭୋରରୁ ମଙ୍ଗଳ ଆଳତି ଓ ଅନ୍ଯାନ୍ଯ ନିତିକାନ୍ତି ପରେ ଦ୍ବାର ଖୋଲିଲା ବେଳକୁ ଭକ୍ତଙ୍କ ଗହଳି ଦେଵୀ ପୀଠ ମାନଙ୍କରେ ଦେଖିବାକୁ ମିଳିଥିଲା।
ନବରାତ୍ରିରେ ମା’ଙ୍କ ଏହି ସ୍ଵରୂପକୁ ଆରାଧନା କଲେ ରିଦ୍ଧି ଓ ସିଦ୍ଧି ପ୍ରାପ୍ତ ହୋଇଥାଏ । କ୍ରୋଧର ବିନାଶ ପାଇଁ ମା’ଙ୍କ କାଳରାତ୍ରି ସ୍ଵରୂପର ଉପାସନା କରାଯାଏ । ସପ୍ତମୀ ତିଥିରେ ସାର୍ବଜନୀନ ଦୁର୍ଗାପୂଜା ସମୟରେ ମା’ଙ୍କ ନେତ୍ର ଉନ୍ମୀଳିତ ହୋଇଥାଏ । କାଳରାତ୍ରୀଙ୍କ ସ୍ଵରୂପ ଭୟଙ୍କର ହୋଇଥିଲେ ମଧ୍ୟ ମା ତାଙ୍କ ସନ୍ତାନ ବତ୍ସଳା । ତାଙ୍କ ତ୍ରିନେତ୍ରରୁ ଅଗ୍ନି ସ୍ଫୁଲିଙ୍ଗ ନିର୍ଗତ ହେଉଥିଲେ ମଧ୍ୟ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ କରୁଣା ଓ ସ୍ନେହ ବର୍ଷା ହୋଇଥାଏ । ମାତାଙ୍କ ଏହି ସ୍ବରୂପଙ୍କ ପୂଜା କରିବା ଦ୍ବାରା ସମସ୍ତ ପ୍ରକାର ପାପରୁ ମୁକ୍ତି ମିଳିବା ସହ ବ୍ୟକ୍ତିଙ୍କ ଶତ୍ରୁ ନାଶ ହୋଇଥାଏ। ନବରାତ୍ରିର ସପ୍ତମ ଦିନ ମାଙ୍କ ସ୍ମରଣ କରିବା ମାତ୍ରେ ହିଁ ନକରାତ୍ମକ ଶକ୍ତିର ନାଶ ହୋଇଥାଏ ବୋଲି ବିଶ୍ଵାସ ରହିଛି।
କୁଷଙ୍ଗ ଗ୍ରାମର ପ୍ରସିଦ୍ଧ ଶକ୍ତି ପୀଠରେ ଆଜି ମା କୁଶଙ୍ଗେଇ କାଳ ରାତ୍ରି ରୂପରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି । ମା ଙ୍କ ଆସନ୍ତା କାଲି ରାଜ ରଜେଶ୍ଵରି ବେଶ ହେବା ସହିତ ଗୁରୁବାର ରାତିରେ ଭଉଣୀ ମାନଙ୍କ ଭାଈ ଯୁଇନ୍ତିଆ ପୀଠରେ ହେବା ସହିତ ବଏଲ୍ ଯାତ୍ରା ହେବ ।