ଭୁବନେଶ୍ୱର– ସଦସ୍ୟତା ଅଭିଯାନରେ ଅଧିକରୁ ଅଧିକ ଲୋକଙ୍କୁ ଯୋଡିବା ଲକ୍ଷ୍ୟ ବୋଲି କହିଛି ବିଜେଡି । ବିଜେଡି ନେତ୍ରୀ ମଞ୍ଜୁଲତା ମଣ୍ଡଳ କହିଛନ୍ତି ଯେ, ବିଜେପି ମିଛ କଥା କହି ଶାସନକୁ ଆସିଛି । ଆମେ ସେହି ମେସେଜକୁ ଘରେ ଘରେ ପହଞ୍ଚାଇବା । ସଦସ୍ୟତା ଅଭିଯାନରେ ଅଧିକରୁ ଅଧିକ ଲୋକଙ୍କୁ ଯୋଡିବା । ସମସ୍ତେ ଶୃଙ୍ଖଳିତ ହୋଇ ଆଗକୁ ବଢିବା ଦରକାର । ନବୀନ ପଟ୍ଟନାୟକଙ୍କ ହାତ ମୁଠାକୁ ଟାଣ କରିବାକୁ ହେଲେ ସମସ୍ତେ ମିଳି ମିଶି ଏକ ମନ ଏକ ପ୍ରାଣ ହୋଇ କାମ କରିବା ବୋଲି ସେ କହିଛନ୍ତି । ସେହିପରି ବିଭୂତି ବଳବନ୍ତରୟ କହିଛନ୍ତି ଯେ, ଆଜି ବି ନବୀନ ପଟ୍ଟନାୟକଙ୍କ ପ୍ରତି ଲୋକଙ୍କ ମନରେ ଶ୍ରଦ୍ଧା ଓ ଆଶୀର୍ବାଦ ରହିଛି । ଗତ ଥର ଆମେ ଏକ କୋଟି ସଭ୍ୟ ସଂଗ୍ରହ କରିଥିଲେ । ଏଥର ଆମେ ସମସ୍ତେ ଏଠୁ ଟାର୍ଗେଟ ନେଇ ଯିବା ଦେଢ଼ କୋଟି ସଦସ୍ୟ କରିବା। ଅମର ପଟ୍ଟନାୟକ କହିଛନ୍ତି ଯେ, ପୂର୍ବ ସଦସ୍ୟତା ଅଭିଯାନ ଆଉ ଏବେ ଭିତରେ ଆକାଶ ପାତାଳ ଫରକ ରହିଛି । ବର୍ତ୍ତମାନ ପରିସ୍ଥିତି ଯାହା ରହିଛି ତାକୁ ଦେଖି କି ଆମ ସମସ୍ତ ଙ୍କୁ ମନ ପ୍ରାଣ ଦେଇ କାମ କରିବାକୁ ପଡ଼ିବ । ଦଳକୁ ଯଦି ଆମେ ଚାହୁଁଛେ ଆଗକୁ ଆଣିବା ତେବେ କଥାରେ ନୁହେଁ କାମରେ କରି ଦେଖାଇବାକୁ ପଡ଼ିବ । ଡିଜିଟାଲ ମାଧ୍ୟମରେ ଆପଣ ରାଜ୍ୟ ଦେଶ ଓ ଦେଶ ବାହାରେ ଥିବା ଲୋକଙ୍କୁ ବିଜେଡି ସହ ଯୋଡନ୍ତୁ । ପ୍ରଦୀପ ସାହୁ କହିଛନ୍ତି ଯେ, ଚଳିତ ଥର ଦେଢ଼ କୋଟି ଟାର୍ଗେଟ ଫିକ୍ସ କରାଯାଇଛି । ଏହାକୁ ଆମକୁ କରିବାକୁ ପଡ଼ିବ । ବିଜେପିର ମିଛ ବିଷୟରେ ଲୋକଙ୍କୁ ଆମକୁ ସଚେତନ କରିବାର ଆବଶ୍ୟକ ରହିଛି । ଖୋର୍ଦ୍ଧା ଜିଲ୍ଲାରେ ଆମେ ସମସ୍ତେ ମିଳିମିଶି ସର୍ବାଧିକ ସଦସ୍ୟ ଯୋଡ଼ିବା ସେ ନେଇ ଆସନ୍ତୁ କାମ କରିବା । ସେହିପରି ନବୀନଙ୍କୁ ମୁଖ୍ୟମନ୍ତ୍ରୀ ବୋଲି କହିଛନ୍ତି ରାଜେନ୍ଦ୍ର ସାହୁ । ଆମ ଦଳ ବଦନାମ ହୋଇ ନାହିଁ । କିନ୍ତୁ ଆମେ ସରକାର କରିପାରିଲୁ ନାହିଁ । ପୂର୍ବରୁ ଯେମିତି ଆପଣ ମାନେ ସଭ୍ୟ ସଂଗ୍ରହ କରିଥିଲେ ସେମିତି ଚଳିତ ଥର ବି କରିବା । ହାରିବା ଜିତିବାକୁ ନେଇ ଅଙ୍କ କଷିବାନି । ସମସ୍ତ ରାଗ ରୋଷକୁ ଭୁଲି ଯାଇ ସମସ୍ତେ ଅଧିକରୁ ଅଧିକ ସଭ୍ୟ ସଂଗ୍ରହ କରିବେ । ଜୟଦେବ ବିଧାୟକ ନବ ମଲ୍ଲିକ କହିଛନ୍ତି ଯେ, ସମସ୍ତେ ଆମେ ମିଶି କି ଦେଢ଼ କୋଟି ସଭ୍ୟ ସଂଗ୍ରହ କରିବା। ଠିକ ଭାବେ ଓ ସୁଚାରୁ ରୁପେ ଆମେ ଏହି କାର୍ଯ୍ୟକ୍ରମ କରିପାରିଲେ ନିଶ୍ଚିତ ଦେଢ଼ କୋଟି ସଭ୍ୟ ସଂଗ୍ରହ କରି ପାରିବା । ଶ୍ରୀମୟୀ ମିଶ୍ର କହିଛନ୍ତି ଯେ, ଦଳ ଶାସନରେ ଥାଉ କି ନଥାଉ ଆମ ଆଗ୍ରହ ଓ ଉତ୍ସାହ କମି ନାହିଁ କେବେ କମିବ ନାହିଁ । ସମସ୍ତେ ଦେଖିବେ ଦଳ ହାରି ଯାଇଥିଲେ ବି ତାର ମନୋବଳ ଭାଙ୍ଗି ନାହିଁ । ଲୋକଙ୍କ ସେବା ପାଇଁ ଦଳର ସଭାପତି କାମ କରୁଛନ୍ତି। ଦେବୀ ମିଶ୍ର କହିଛନ୍ତି ଯେ, ବିରୋଧୀ ଦଳ ଭାବେ ଆମେ ଶାସକ ଦଳଠୁ ଅଧିକ ଭୋଟ ପାଇଛେ । ନାମ ବଦଳେଇଲେ କି ରଙ୍ଗ ବଦଳେଇଲେ କେହି ଇତିହାସ ବଦଳେଇ ଦେବେନି । ଯେଉଁଠି ଲୋକଙ୍କର ସମସ୍ୟା ହେବ ସେଠି ଆମେ ସ୍ୱର ଉତ୍ତୋଳନ କରିବା । ସଭ୍ୟ ସଂଗ୍ରହ ଗତ ଥର ୧ କୋଟି ୧୯ ହଜାର ୧୯୯ କରିଥିଲେ । ଚଳିତ ଥର ତା ଠୁ ଅଧିକ କରିବା । ଅତନୁ ସବ୍ୟସାଚୀ ନାୟକ କହିଛନ୍ତି ଯେ, ଡିଜିଟାଲି ଏବଂ ଫିଜିକାଲି ସଦସ୍ୟତା ଅଭିଯାନକୁ ଆସନ୍ତୁ ସମସ୍ତେ ଆଗେଇ ନେବା । ଅନ୍ୟ ଦଳମାନେ ସଭ୍ୟ ସଂଗ୍ରହ ଅଭିଯାନ ରେ ସରକାରୀ ଓ ବେସରକାରୀ ଭାବେ ଲୋକଙ୍କୁ ସାମିଲ କରିବା ପାଇଁ ପ୍ରତିଯୋଗିତା କରୁଛନ୍ତି । ବିଜେଡି ସେଥିରେ ବିଶ୍ୱାସ କରେନି ।