ନୁଆଦିଲ୍ଲୀ -କଂଗ୍ରେସ ହରିୟାଣା ବିଧାନସଭା ନିର୍ବାଚନ ହାରିଯିବା ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନିରବତାକୁ ଭାରତୀୟ ଜନତା ପାର୍ଟି ଟାର୍ଗେଟ କରିଛି।ଭାଜପା ରାହୁଲ ଗାନ୍ଧୀଙ୍କୁ ଅହଂକାରୀ ଚେହେରା ବୋଲି କହିଛି।ବୁଧବାର ସୋଶିଆଲ ମିଡିଆରେ ଭାଜପା ନେତା ଅମିତ ମାଳବୀୟ କହିଛନ୍ତି ଯଦି ଅହଂକାର ଏବଂ ଭଦ୍ରତା ଅଭାବର କୌଣସି ଚେହେରା ହୋଇଥାଏ , ତେବେ ଏହା ରାହୁଲ ଗାନ୍ଧୀଙ୍କର ହେବ।ସେ କହିଛନ୍ତି ଯେ ହରିୟାଣାରେ ପରାଜୟର କିଛି ଘଣ୍ଟା ପରେ ମଧ୍ୟ କଂଗ୍ରେସର ସର୍ବୋଚ୍ଚ ନେତା ରାହୁଲଗାନ୍ଧୀଙ୍କୁ ଭୋଟର କିମ୍ବା କର୍ମୀଙ୍କୁ ଧନ୍ୟବାଦ ଦେବାପାଇଁ ସମୟ ମିଳିନାହିଁ।ତାଙ୍କୁ କାଶ୍ମୀରରେପ୍ରଦର୍ଶନ ପାଇଁ ଜାତୀୟ ସମ୍ମିଳନୀ ନେତୃତ୍ୱକୁ ଅଭିନନ୍ଦନ ଦେବାର ଶିଷ୍ଟାଚାର ମଧ୍ୟ ଜଣାନାହିଁ। କୌଣସି ସୋଶିଆଲ ମିଡିଆ ପୋଷ୍ଟ ନାହିଁ,କୌଣସି ମିଡିଆ ବିବୃତ୍ତି ନାହିଁ।ଅମିତ ମାଳବୀୟ କହିଛନ୍ତି ଯେ ସେହି ବ୍ୟକ୍ତିଙ୍କ ଠାରୁ ଆଉ କଣ ଆଶା କରାଯାଇପାରେ ଦୀର୍ଘଦୀନ ଧରି କାର୍ଯ୍ୟ କରୁଥିବା ଅଣକଂଗ୍ରେସମ୍ୟାନ ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ଅଭିନନ୍ଦନ ଜଣାଇନାହାନ୍ତି,ଯିଏ ଏକ ଅଦ୍ଭୁତପୁର୍ବ ତୃତୀୟ କାର୍ଯ୍ୟକାଳ ଜିତିଲେ।ଗାନ୍ଧୀ ପରିବାରର ଏହି ଅଧିକାର-ଭାବନା ବିଚଳିତ କରୁଛି।
Related Stories
November 21, 2024