ନୂଆଦିଲ୍ଲୀ– ମୁନସୀ ପ୍ରେମଚାନ୍ଦଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ହିନ୍ଦୀ ସାହିତ୍ୟର ପ୍ରଖ୍ୟାତ ସାହିତ୍ୟକାର ଉପନ୍ୟାସ ସମ୍ରାଟ ମୁନସୀ ପ୍ରେମଚାନ୍ଦଙ୍କ ପୁଣ୍ୟତିଥି ଅବସରରେ ବିନମ୍ର ଶ୍ରଦ୍ଧାଂଜଳି ।
ପ୍ରେମଚନ୍ଦ ହିନ୍ଦୀ ସାହିତ୍ୟର ସମ୍ଭ ଥିଲେ, ଯିଏକି ନିଜ ଲେଖନୀରେ ସମାଜର ପ୍ରତିବର୍ଗର ପୀଡା, ସଂଘର୍ଷ ଓ ଆଶାକୁ ଅଭିବ୍ୟକ୍ତି ଦେଇଥିଲେ । ତାଙ୍କ ଗୋଦାନ, ସେବାସଦନ, ରଙ୍ଗଭୂମି ଓ ପ୍ରେମାଶ୍ରମ ପରି କାଳଜୟୀ ରଚନାକୁ ସାମାଜିକ ଅନ୍ୟାୟ, ଗରିବି ଓ ଶୋଷଣର ବିରୁଦ୍ଧ ଜନଚେତନା ଜଗାଇଥିଲେ । ତାଙ୍କ କାହାଣୀରେ ମାନବୀୟ ସମବେଦନା ଓ ଯଥାର୍ଥର ଅଦ୍ୱିତୀୟ ମେଳ ଅଟେ, ଯାହା ଆଜି ବି ପ୍ରାସଙ୍ଗିକ ଅଟେ । ତାଙ୍କ ସାହିତ୍ୟିକ ଧରୋହର ଅମର ଅଟେ, ଯାହା ବର୍ଷ ବର୍ଷ ଯାଏ ସମସ୍ତଙ୍କୁ ପ୍ରେରଣା ଦେଉଥିବ ।