ନୂଆଦିଲ୍ଲୀ- ଲୋକନାୟକ ଜୟ ପ୍ରକାଶ ନାରାୟଣଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଜୟ ପ୍ରକାଶ ନାରାୟଣ ଭାରତୀୟ ସ୍ୱାଧୀନତା ସଂଗ୍ରାମ ଓ ଜରୁରୀକାଳୀନ ବିରୁଦ୍ଧ ସଂଘର୍ଷରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥିଲେ । ସେ ପ୍ରକୃତ ଦେଶପ୍ରେମୀ ଓ ସମାଜବାଦୀ ବିଚାରକ ଥିଲେ, ଯିଏକି କ୍ଷମତା ପରିବର୍ତ୍ତେ ଜନସେବାକୁ ପ୍ରାଥମିକତା ଦେଇଥିଲେ । 1975ରେ ଜରୁରୀକାଳୀନ ପରିସ୍ଥିତି ସମୟରେ ଯେତେବେଳେ ଦେଶର ଗଣତନ୍ତ୍ର ବିପଦରେ ଥିଲା, ଜୟପ୍ରକାଶ ନାରାୟଣ ସେହି ସମୟରେ ଲୋକଙ୍କୁ ଏକଜୁଟ କରି ପୂରା ଦେଶରେ ସଂପୂର୍ଣ୍ଣ କ୍ରାନ୍ତିର ବିଗୁଲ ଫୁଙ୍କିଥିଲେ । ତାଙ୍କ ସାହସ, ନିର୍ଭିକତା ଓ ଗଣତନ୍ତ୍ର ପ୍ରତି ପ୍ରତିବଦ୍ଧତା ଦେଶବାସୀଙ୍କ ପାଇଁ ସର୍ବଦା ହିଁ ପ୍ରେରଣାର ସ୍ରୋତ ହୋଇରହିବ । ଏଭଳି ମହାନ ଦେଶଭକ୍ତ ଲୋକନାୟକ ଜୟପ୍ରକାଶ ନାରାୟଣଙ୍କ ପୁଣ୍ୟତିଥି ଅବସରରେ ତାଙ୍କୁ ଶ୍ରଦ୍ଧାପୂର୍ବକ ପ୍ରଣାମ ।
Related Stories
November 21, 2024