କଟକ, ଭୁବନେଶ୍ୱର, ଭାରତୀୟ ପୋଲିସ ସେବାର ପୂର୍ବତନ ଅଧିକାରୀ ଅରୁଣ ଷଡ଼ଙ୍ଗୀ ଆଜି ଓପିଏସସିର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହି ଅବସରରେ ସେ କହିଛନ୍ତି ଯେ, ତାଙ୍କୁ ଯେଉଁ ଗୁରୁଦାୟିତ୍ଵ ମିଳିଛି, ଏହାକୁ ନିଷ୍ଠା ଓ ସ୍ଵଚ୍ଛତାର ସହ ନିର୍ବାହ କରିବେ । ସେ କହିଛନ୍ତି ଯେ, ପରୀକ୍ଷା ଓ ଚୟନ ପ୍ରକ୍ରିୟାରେ ସ୍ଵଚ୍ଛତା ଆଣିବା ପ୍ରାଥମିକତା ରହିବ ।
ଉଲ୍ଲେଖନୀୟ ଯେ ଶ୍ରୀ ଷଡଙ୍ଗୀ ଗତକାଲି ସୋମବାର ଦିନ ଚାକିରୀ ର ୧୦ମାସ ପୂର୍ବରୁ ସ୍ବେଛାକୃତ ଅବସର ଗ୍ରହଣ କରିଥିଲେ । ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଟ୍ରେନିଂ ଏକାଡେମୀରେ ଅବସର ବା ବିଦାୟ କାଳୀନ ସମାରୋହ ର ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇ ଅରୁଣ ଷଡଙ୍ଗୀ ଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା। ପୋଲିସ ଏକାଡେ଼ମୀରେ ଥିବା ଟ୍ରେନି ମାନଙ୍କ ଦ୍ବାରା ପ୍ୟାରେଡ ଆୟୋଜନ ହୋଇଥିଲା।