ସୁବର୍ଣ୍ଣପୁର, ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ମିଶନ ଶକ୍ତି ସଭା ଗୃହ ସୁବର୍ଣ୍ଣପୁର ଠାରେ ବିଶ୍ୱ ହୃତପିଣ୍ଡ ଦିବସ ଭାରପ୍ରାପ୍ତ ଜ଼ିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ା ରମେଶ ଚନ୍ଦ୍ର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ସଭାରେ ସହକାରୀ ଜ଼ିଲ୍ଲା ଜନସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରୀ ବୃନ୍ଦାବନ ସାହୁ,ସ୍ୱାସ୍ଥ୍ୟ ପରିଦର୍ଶକ ପ୍ରମୋଦ କୁମାର ସାହୁ,ଅଣସଂକ୍ରାମକ ରୋଗ ସଂଯୋଜକ ଗୀତାଞ୍ଜଳି ମେହେର ଓ ଆଇସିଡିଏସ ପରିଦର୍ଶିକା ରୋଜିସ୍ମିତା ଭୋଇ ପ୍ରମୁଖ ଉପସ୍ଥିତ ଥିଲେ l ଅତିଥି ବୃନ୍ଦ ଆମ ହୃତପିଣ୍ଡର ଯତ୍ନ ଆମ ହାତରେ, ହୃଦୟତାର ସହ ହୃତପିଣ୍ଡର ଯତ୍ନ ନିଅନ୍ତୁ, ଉଚ୍ଚ ରକ୍ତଚାପ, ଡାଇବେଟିସ, ମାତ୍ରାଧିକ କୋଲେଷ୍ଟ୍ରୋଲ, ଧୂମପାନ, ମୋଟାପଣ ଓ ମଦ୍ୟ ପାନ ପ୍ରତି ସାବଧାନ । ଏହି ସବୁ ହୃଦରୋଗକୁ ଡାକି ଆଣେ ତେଣୁ ଆମେ ସମସ୍ତେ ସତର୍କ ରହି ହୃଦରୋଗରୁ ରକ୍ଷା କରି ସୁସ୍ଥ ସୁନ୍ଦର ସମାଜ ଗଠନ କରିବାରେ ସହାୟକ ହୋଇପାରିବା ଉପରେ ଗୁରୁତ୍ଵାରୋପ କରିଥିଲେ l ଉକ୍ତ ସଭାରେ ଅଙ୍ଗନବାଡି କର୍ମୀ, ମାସ ମେମ୍ବର, ଆଶା, ସ୍ୱାସ୍ଥ୍ୟ ପରିଦର୍ଶକ, ସ୍ୱାସ୍ଥ୍ୟ ଅଧିକାରୀ ଓ ସାମ୍ବାଦିକ ପ୍ରମୁଖ ଉପସ୍ଥିତ ଥିଲେ l ଶେଷରେ ପ୍ରମୋଦ କୁମାର ସାହୁ ସ୍ୱାସ୍ଥ୍ୟ ପରିଦର୍ଶକ ଧନ୍ୟବାଦ ଅର୍ପଣ କରିଥିଲେ l
Related Stories
November 25, 2024