
ଗୋଳାଘାଟ– କାଜିରଙ୍ଗା ସୁରକ୍ଷା ବ୍ୟବସ୍ଥା ଆହୁରି କଡାକଡି କରାଯାଉଛି। ନବନିଯୁକ୍ତ 150ଜଣ ଯବାନ କାଜିରଙ୍ଗାର ପଶୁମାନଙ୍କୁ ସୁରକ୍ଷା ଦେବେ । ଆସମ ଫରେଷ୍ଟ ପ୍ରୋଟେକ୍ସନ ଫୋର୍ସ(ଏଏଫପୀଏଫ)ର ଦ୍ୱିତୀୟ ଏବଂ ତୃତୀୟ ବଟାଲିୟନର 150 ଜଣ କନେଷ୍ଟବଳ କାଜିରଙ୍ଗା ଜାତୀୟ ଉଦ୍ୟାନରେ ନିୟୋଜିତ ହେଉଛନ୍ତି। କାଜିରଙ୍ଗାର ସୁରକ୍ଷା ପାଇଁ ଅଭୟାରଣ୍ୟର ସମ୍ବେଦନଶୀଳ ଅଞ୍ଚଳରେ ଯବାନଙ୍କୁ ନିୟୋଜିତ କରାଯାଉଛି। ଡିଏଫଓ ଅରୁଣ ୱିଗ୍ନେଶ କହିଛନ୍ତି ନବନିଯୁକ୍ତ ଯବାନମାନଙ୍କୁ ସାମିଲ କରାଯିବା ପରେ କାଜିରଙ୍ଗା ସୁରକ୍ଷା କଡାକଡି ହୋଇଛି।