ଭୁବନେଶ୍ୱର– ସୁଭଦ୍ରା ଯୋଜନାରେ 35 ଲକ୍ଷ ହିତାଧିକାରୀ ବୁଧବାର ଦିନ ପ୍ରଥମ କିସ୍ତିର ଦ୍ୱିତୀୟ ପର୍ଯ୍ୟାୟର ଅର୍ଥ ରାଶି ପାଇବେ । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଏହି ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ ବର୍ତମାନ ସୁଦ୍ଧା ଏହି ଯୋଜନାରେ ମୋଟ 1 କୋଟିରୁ ଉର୍ଧ ମହିଳା ମାନେ ପଂଜୀକରଣ କରି ସାରିଛନ୍ତି ।
ଉପମୁଖ୍ୟମନ୍ତ୍ର କହିଛନ୍ତି ଯେ ଏନପିସିଆଇ କ୍ଲିୟରାନ୍ସ ଥିବା 35 ଲକ୍ଷରୁ ଅଧିକ ମହିଳା ବୁଧବାର ଏହି ଯୋଜନା ଅଧୀନରେ ପ୍ରଥମ କିସ୍ତିର ଦ୍ୱିତୀୟ ପର୍ଯ୍ୟାୟ ଦେୟ ପାଇବେ।
ସେ କହିଛନ୍ତି ଯେ ପ୍ରଥମ କିସ୍ତିର ଦ୍ୱିତୀୟ ପର୍ଯ୍ୟାୟ ଅର୍ଥ ଆସନ୍ତାକାଲି 12 ଟା ସୁଦ୍ଧା ହିତାଧିକାରୀଙ୍କ ଆକାଉଣ୍ଟରେ ଜମା କରା ଯିବ। ଏକ କୋଟି ମହିଳାଙ୍କ ପାଇଁ ଅଧା ମାସ ମଧ୍ୟରେ କୌଣସି ସରକାରୀ ଯୋଜନାରେ ସାମିଲ ହେବା ଐତିହାସିକ ଅଟେ।
ଉଲ୍ଲେଖଯୋଗ୍ୟ ଯେ ଏହି ମହତ୍ୱାକାଂକ୍ଷୀ ସୁଭଦ୍ରା ଯୋଜନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ସେପ୍ଟେମ୍ବର 17 ରେ ଭୁବନେଶ୍ୱରରେ ଏକ ବିଶେଷ କାର୍ଯ୍ୟକ୍ରମ ସମୟରେ ଆରମ୍ଭ କରାଯାଇଥିଲା।
ଏହି ଯୋଜନା ଅଧୀନରେ ଓଡିଶା ସରକାର 21 ରୁ 60 ବର୍ଷ ବୟସର ଯୋଗ୍ୟ ମହିଳା ହିତାଧିକାରୀଙ୍କୁ ବାର୍ଷିକ 10,000 ହଜାର ଟଙ୍କା ମିଳିବାର ବ୍ୟବସ୍ଥା ରହିଛି ।
Related Stories
November 23, 2024