ଭୁବନେଶ୍ୱର– ସ୍ପୋର୍ଟ୍ସ ଲଗ ଅନ୍ ପୁରସ୍କାର ୨୦୨୪ ବର୍ଷ ପାଇଁ ନାମ ଘୋଷିତ ହୋଇଛି । ପ୍ରତିବର୍ଷ ୫ଟି ବର୍ଗରେ ସ୍ପୋର୍ଟ୍ସ ଲଗଅ ନ ପୁରସ୍କାର ପ୍ରଦାନ କରାଯାଉଛି। ସେହି ପୁରସ୍କାର ମଧ୍ୟରୁ ଗୋଟିଏ ହେଉଛି କୁମୁଦିନୀ ମିଶ୍ର କ୍ରୀଡା ପ୍ରତିଭା ପୁରସ୍କାର। ଏହି ପୁରସ୍କାର ପାଇବା ଓଡିଶା ସନ୍ତରଣର ଭବିଷ୍ୟତ ମୋଷ୍ଟ ଟ୍ୟାଲେଣ୍ଟଡ ସୁଇମର୍ ମନତା ମିଶ୍ର । ଏହି ପୁରସ୍କାର ବାବଦକୁ ୧୫ହଜାର ଟଙ୍କା ଓ ଟ୍ରଫି ପ୍ରଦାନ କରାଯିବ। ସେହିପରି ସ୍ପୋର୍ଟ୍ସ ଲଗ ଅନ ଉଦିୟମାନ କ୍ରୀଡାବିତ ଭାବେ ପୁରସ୍କାର ପାଇବେ ପାରା ଆଥଲେଟ ସୁଚିତ୍ରା ପରିଡ଼ା। ସୁଚିତ୍ରା ୱିଲ ଚେୟାରରେ ବସି ଓଡିଶା ପାଇଁ ଅନେକ ଜାତୀୟ ଏବଂ ଆନ୍ତର୍ଜାତୀୟ ପ୍ରତିଯୋଗତାରେ ପଦକ ଜିଣିଛନ୍ତି। ୨୦୨୩ ଓ ୨୪ ବର୍ଷର ସ୍ପୋର୍ଟ୍ସ ଲଗ ଅନ ଶ୍ରେଷ୍ଠ କ୍ରୀଡାବିତ ପୁରସ୍କାର ପାଇବେ ଆଲିମ୍ପିଆନ ଏସୀୟ କ୍ରୀଡ଼ାରେ ରୌପ୍ୟ ପଦକ ବିଜେତା କିଶୋର ଜେନା। ସ୍ପୋର୍ଟ୍ସ ଲଗଅନ କୋଚ୍ ପୁରସ୍କାର ପାଇବେ ଶୁଭେନ୍ଦୁ ପଣ୍ଡା । ଓଡିଶା ଫୁଟବଲର ଚିତ୍ର ବଦଳାଇ ଥିବା ଏବଂ ଭାରତୀୟ ଜୁନିଅର ଫୁଟବଲ୍ ଦଳର କୋଚ୍ ଭାବେ ସଫଳତା ଆଣିଛନ୍ତି। ସ୍ପୋର୍ଟ୍ସ ଲଗ ଅନ ପ୍ଲେୟାର ଅଫ ଦି ବାଏଗନ୍ ଏରା ପୁରସ୍କାର ପାଇବେ ଓଡିଶାର ପୂର୍ବତନ ଭଲିବଲ ଖେଳାଳି ଦୁଃଖୀଶ୍ୟାମ ମଲ୍ଲିକ । ଏହି ଉପର ଲିଖିତ ୪କ୍ରୀଡାବିତଙ୍କୁ ୨୫ହଜାର ଟଙ୍କା ସହ ଟ୍ରଫି ପ୍ରଦାନ କରାଯିବ। ସ୍ପୋର୍ଟ୍ସ ଲଗ ଅନ ପୁରସ୍କାର ଜୁରୀ କମିଟିରେ କ୍ରୀଡା ସାମ୍ୱାଦିକ ତନ୍ମୟ ଦାସ, ଅର୍ଗସ ଟିଭିର ଆସୋସିଏଟ ଏଡ଼ିଟର ଦୁର୍ଗାଶିଶ, ପୂର୍ବତନ ବିଧାୟକ ଲଳିଟେନ୍ଦୁ ବିଦ୍ୟାଧର ମହାପାତ୍ର, ବରିଷ୍ଠ ସାମ୍ବାଦିକ ସମୀକ୍ଷା ପଟ୍ଟନାୟକ ଏବଂ ଆନ୍ତର୍ଜାତିକ କ୍ରୀଡାବିତ ଅମିୟ ମଲ୍ଲିକ, ଆଲମ୍ପିଆନ ଲାଜରୁସ ବାର୍ଲା ଏବଂ ଦେବାଶିଷ ଗୌଡଙ୍କ ଉପସ୍ଥିତିରେ ଏହି ପୁରସ୍କାର ବିଜେତାଙ୍କ ନାମ ଚୟନ ହୋଇଥିଲା। ୨୦୧୦ ମସିହାରୁ ସ୍ପୋର୍ଟ୍ସ ଲଗ ଅନ ପୁରସ୍କାର ପ୍ରଦାନ କରାଯାଇ ଆସୁଥିଲା। କରୋନା ଆସିବା ବର୍ଷ ଠାରୁ ପ୍ରାୟ ୪ବର୍ଷ ପୁରସ୍କାର ପ୍ରଦାନ ବନ୍ଦ ରହିଥିଲା।। ଦୀର୍ଘ ୪ବର୍ଷ ବ୍ୟବଧାନ ପରେ ପୁଣି ଥରେ ଏହି ବର୍ଷ ସ୍ପୋର୍ଟ୍ସ ଲଗଅନ ପୁରସ୍କାର ପ୍ରଦାନ କରାଯିବ।
Related Stories
November 23, 2024