ବଲାଙ୍ଗିର,ଶାରଦୀୟ ନବରାତ୍ରୀ ପଞ୍ଚମ ଦିନରେ ମା ସମଲେଶ୍ୱରୀ ଓ ମା ଦୁର୍ଗା ଆଜି ସ୍କନ୍ଧମାତା ରୁପରେ ପୁଜା ପାଉଛନ୍ତି। ଏଠାରେ ଚାଲିଥିବା ବିଭିନ୍ନ ଦେବୀ ପୀଠ ଗୁଡ଼ିକ ରେ ଶାରଦୀୟ ନବରାତ୍ର ପୂଜା ଚାଲିଥିବା ବେଲେ ପୀଠ ଗୁଡ଼ିକ ଚଳ ଚଞ୍ଚଳ ହୋଇ ଉଠିଛି । ପ୍ରାତଃ ୫.୩୦ ରୁ ମନ୍ଦିର ଗୁଡ଼ିକର ନୀତି କାନ୍ତି ପରେ ଦ୍ବାର ଫିଟା ବେଳକୁ ଶ୍ରଦ୍ଧାଳୁ ମାନଂକ ଭିଡ ଲାଗରହିଛି । ଦୁଇ ଦେବି ବିଭିନ୍ନ ରୂପ ରେ ଦର୍ଶନ ଦେଇଥିଲା ବେଳେ ପାଟଣା ଅଧିଷ୍ଠାତ୍ରୀ ଦେବୀ ମା ପାଟନେଶ୍ୱରି ପୀଠ ରେ ବିଭିନ୍ନ ରୂପ କୁ ପୁଜା ଅର୍ଚ୍ଚନା ଚାଲିଚି।
ନବରାତ୍ର ର ପଞ୍ଚମ ଦିନ ମାତା ସ୍କନ୍ଧମାତା ଉପାସନା କରାଯାଏ ।ଭଗବାନ କାର୍ତ୍ତିକେୟ ବା ସ୍କନ୍ଧ ଙ୍କ ମାତା ହୋଇଥିବାରୁ ମା ଙ୍କୁ ଆଜିର ଦିନରେ ସ୍କନ୍ଧମାତା ରୁପରେ ପୁଜା କରାଯାଏ।
। ମାନ୍ୟତା ରହିଛି ଯେ ମା’ଙ୍କ ପଞ୍ଚମ ରୂପ ଦେବୀ ସ୍କନ୍ଧମାତାଙ୍କୁ ପୂଜା କରିବା ଦ୍ୱାରା ଭକ୍ତଙ୍କ ସମସ୍ତ ଇଚ୍ଛା ପୂରଣ ହୋଇଥାଏ । ଏହାସହ ମାଆଙ୍କୁ ମୋକ୍ଷର ଦ୍ୱାର ଉନ୍ମୁକ୍ତକାରିଣୀ ବୋଲି ମଧ୍ୟ କୁହାଯାଏ । ମା’ଙ୍କର ଏହି ରୂପକୁ ପୂଜା କରିବା ଦ୍ୱାରା ଜୀବନ ସୁଖରେ ପରିପୂର୍ଣ୍ଣ ହୋଇଥାଏ । ମା ଙ୍କ ପୁଜା ଅର୍ଚ୍ଚନା ଦ୍ବାରା ସନ୍ତାନ ପ୍ରାପ୍ତି ହୋଇଥିବା ବେଳେ ମା ଓ ସନ୍ତାନ ଉଦ୍ଭୟ ଙ୍କ ମଙ୍ଗଳ ହୋଇଥାଏ। ଏଠାରେ ବିଭିନ୍ନ ଦୁର୍ଗା ମଣ୍ଡପ ଗୁଡ଼ିକ ମଧ୍ୟରୁ ଗାନ୍ଧୀ ନଗର ପଡ଼ା, ରୁଗୁଡ଼ି ପଡ଼ା, ଶାନ୍ତି ପଡ଼ା, ତାଲପାଲି ପଡ଼ା, ଟିକ୍ରା ପଡ଼ା ଗାନ୍ଧୀ ପାଠାଗାର, ଟିକ୍ତାପଡ଼ା ପି ପି ଏକାଡେମୀ ଛକ୍, ପ୍ୟାଲେସ ଲାଇନ ପ୍ରଭୃତି ମଣ୍ଡପ ରେ ନବ ଦିନାତ୍ମକ ପୁଜା ଚାଲିଚି। ଏଠାରେ ଦେବୀଙ୍କ ବିଭିନ୍ନ ସ୍ୱରୂପ କୁ ନିଷ୍ଟା ର ସହିତ ପୁଜା ଅର୍ଚ୍ଚନା ଜାରୀ ରହିଛି।