
ବ୍ରହ୍ମପୁର – ଆଜି ସହର ରେ ନୂତନ ଟ୍ରାଫିକ ନିୟମ କୁ ଲୋକଙ୍କ ମଧ୍ଯ ରେ ସଚେତନତା କରିବା ଉଦ୍ଦେଶ୍ଯ ରେ,ସାମ୍ବାଦିକ ପ୍ରତିନିଧି ମାନେ ଏକ ସଚେତନା ରାଲି ବାହାର କରିଥିଲେ। ପୁରୁଣା ବସଷ୍ଟାଣ୍ଡ ରୁ ବାହାରିଥିବା ଏହି ରାଲି କୁ ବ୍ରହ୍ମପୁର ଏସପି ପିନାକ ମିଶ୍ର ପତାକା ଦେଖାଇ ଆରମ୍ଭ କରିଥିଲେ।ଅନ୍ୟ ମାନଙ୍କ ମଧ୍ଯ ରେ ବିଏମସି କମିଶନର ଚକ୍ର ବର୍ତୀ ସି ରାଥୋଡ଼,ବ୍ରହ୍ମପୁର ଉପଜିଲ୍ଲାପାଳ ଶ୍ରୀ ସିନ୍ଦେ ଦତ୍ତାତ୍ରୋୟ ଭାଉସାହେବ ପ୍ରମୂଖ ଉପସ୍ଥିତ ଥିଲେ। ହେଲମେଟ ବ୍ୟବହାର କରିବା, ଟ୍ରାଫିକ ନିୟମ ପାଳନ କରିବା, ଗାଡି ଚଳାଇବା ବେଳେ ମୋବାଇଲ ବ୍ୟବହାର ନକରିବା, କମ୍ ବୟସ ର ପିଲାମାନଙ୍କୁ ଗାଡି ଚଳାଇବାକୁ ନ ଦେବା ଇତ୍ଯାଦି ସ୍ଲୋଗାନ ଦିଆଯାଇଥିଲା। ସାମ୍ବାଦିକ ମାନଙ୍କ ଏହି ପଦକ୍ଷେପ ସ୍ବାଗତ ଯୋଗ୍ୟ ପଦକ୍ଷେପ। ଅନ୍ୟ ମାନଙ୍କ ମଧ୍ୟରେ ଟ୍ରାଫିକ ଡ଼ିଏସପି ରା କେ ପତି, ଟ୍ରାଫିକ ଥାନା ଅଧିକାରୀ ଦେବାଶିଷ ମହାନ୍ତି ଙ୍କ ସହ ସହର ର ବରିଷ୍ଠ ସାମ୍ବାଦିକ ମାନେ ଉପସ୍ଥିତ ଥିଲେ ।ଏହା ପରେ ଏକ ମୋଟର ସାଇକେଲ ରାଲି ସହର ପରିକ୍ରମା କରି ଥିଲା।