ନୂଆଦିଲ୍ଲୀ– ଭାରତ ଓ ସଂଯୁକ୍ତ ଆରବ ଏମିରେଟ ମଧ୍ୟରେ ଦ୍ୱିପାକ୍ଷିକ ନିବେଶ ସନ୍ଧି ଅଗଷ୍ଟ 31ରୁ ଲାଗୁ ହୋଇଛି । ଏହା ଲାଗୁ ହେବା କାରଣରୁ ଦୁଇ ଦେଶର ନିବେଶକଙ୍କୁ ନିବେଶ ସଂରକ୍ଷଣର ନିରନ୍ତରତା ମିଳିବ ।
ଅର୍ଥ ମନ୍ତ୍ରାଳୟ ସୋମବାର ଜାରି ବୟାନରେ କହିଛି ଯେ, ଭାରତ ଓ ୟୁଏଇ ମଧ୍ୟରେ ସ୍ୱାକ୍ଷରିତ ଦ୍ୱିପାକ୍ଷିକ ନିବେଶ ସନ୍ଧି ଲାଗୁ ହୋଇଯାଇଛି । ବିଆଇଟି ଉପରେ ଚଳିତ ବର୍ଷ 13 ଫେବୃୟାରୀରେ ୟୁଏଇର ଆବୁଧାବୀରେ ସ୍ୱାକ୍ଷରିତ ହୋଇଥିଲା, ଯାହାକି 2024, ଅଗଷ୍ଟ 31 ଯାଏ ବଳବତର ରହିବ । ୟୁଏଇ ସହିତ ଏହି ବୁଝାମଣା ଲାଗୁ ହେବା କାରଣରୁ ଦୁଇ ଦେଶର ନିବେଶକଙ୍କୁ ନିରନ୍ତର ନିବେଶ ସଂରକ୍ଷଣ ମିଳିବ ।