ନୂଆଦିଲ୍ଲୀ– ମାଳଦ୍ୱୀପର ରାଷ୍ଟ୍ରପତି ମହମ୍ମଦ ମଇଜୁ ଆଜି ସକାଳେ ମହାତ୍ମା ଗାନ୍ଧୀଙ୍କ ସମାଧି ସ୍ଥଳ ରାଜଘାଟରେ ପଂହଚି ଶ୍ରଦ୍ଧାଂଜଳି ଅର୍ପଣ କରିଛନ୍ତି । ଏହି ଅବସରରେ ତାଙ୍କ ପତ୍ନୀ ସାଜିଦା ମହମ୍ମଦ ବି ଉପସ୍ଥିତ ଥିଲେ । ଆଜି ସକାଳେ ହିଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଷ୍ଟ୍ରପତି ଭବନରେ ତାଙ୍କ ସ୍ୱାଗତ କରିଥିଲେ । ଭାରତର ଦ୍ୱିପାକ୍ଷିକ ଯାତ୍ରାରେ ରବିବାର ପହଂଚିଥିବା ମାଳଦ୍ୱୀପର ରାଷ୍ଟ୍ରପତି ମହମ୍ମଦ ମଇଜୁଙ୍କୁ ସର୍ବପ୍ରଥମେ ବୈଦେଶିକମନ୍ତ୍ରୀ ଏସ.ଜୟଶଙ୍କର ସାକ୍ଷାତ କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ମଇଜୁଙ୍କ ଆଲୋଚନା ମୈତ୍ରୀପୂର୍ଣ୍ଣ ସଂପର୍କକୁ ଗତି ମିଳିବ । ଏହା ଭାରତକୁ ତାଙ୍କର ପ୍ରଥମ ଦ୍ୱିପାକ୍ଷିକ ଯାତ୍ରା ଅଟେ । ମଇଜୁ ମୁମ୍ବାଇ ଓ ବେଙ୍ଗାଲୁରୁ ଯିବାର କାର୍ଯ୍ୟକ୍ରମ ରହିଛି ।
Related Stories
November 21, 2024