ରାଉରକେଲା-ସଂପ୍ରତି ରାଉରକେଲା ଇସ୍ପାତ କାରଖାନା ଅଧିନସ୍ଥ ଆରଏଣ୍ଡସି ଲାବରାଟୋରି କ୍ରେଡିଟ କୋଅପରେଟିଭ ସୋସାଇଟୀ ବିରୋଧରେ ଏହାର ସମ୍ପାଦକ ଏବଂ ନିର୍ଦ୍ଦେଶକମାନେ କେତକ ସଙ୍ଗୀନ ଅଭିଯୋଗ ନେଇ ପାନପୋଷ ଏ ଆର ସି ଏସଙ୍କ ଦ୍ବାରସ୍ଥ ହୋଇଛନ୍ତି l ସେମାନେ ଗତ ତିନି ତାରିଖରେ ପ୍ରଦାନ କରିଥିବା ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ସଂସ୍ଥାର ସମ୍ପାଦକ ମୁକ୍ତିକାନ୍ତ ବିଶ୍ଵାଳ ସମବାୟ ନୀତି ନିୟମ ଉଲ୍ଲଙ୍ଘନ କରି ନିଜ ମନ ମର୍ଜିରେ କାମ ଚଳାଇଛନ୍ତି l ଗତ ୨୦୨୨ରୁ ଅଫିସ ବନ୍ଦ ରହିଛି l ଯଦି ଖୋଲୁଛି ସେକଥା କେହି ଦେଖୁ ନାହାଁନ୍ତି କିମ୍ବା ସୂଚନା ପାଉ ନାହାଁନ୍ତି l ବିଶାଳ ନୂତନ ଦାୟିତ୍ଵ ନେବା ପରେ ଆଜି ପର୍ଯ୍ୟନ୍ତ ଗୋଟିଏ ହେଲେ ବୈଠକ ଡାକି ନାହାଁନ୍ତି l ଡିଭିଦେଣ୍ଡ dividend ଦେବା ବ୍ୟବସ୍ଥା କରୁ ନାହାଁନ୍ତି l ଏହି ସମବାୟ ସୋସାଇଟିର ଅଡିଟ ମଧ୍ୟ ହୋଇ ନାହିଁ l ଗତ ତିନି ବର୍ଷ ଧରି divident ପ୍ରଦାନ କରାଯାଉ ନାହିଁl ବାରମ୍ବାର ସମ୍ପାଦକଙ୍କୁ ନେହୁରା ହେଲେ ବି ଅବସର କିମ୍ବା ମୃତ କର୍ମଚାରୀ ତାଙ୍କ ପ୍ରାପ୍ୟ ଫେରି ପାଉ ନାହାଁନ୍ତି l ସଂସ୍ଥା ସଭ୍ୟ ମାନେ ଭଲ ମନ୍ଦରେ ଲୋନ ନେବାକୁ ଚାହିଁଲେ ମଧ୍ୟ ବିଫଳ ହେଉଛନ୍ତି l ବହୁ ବର୍ଷ ପୂର୍ବରୁ କର୍ମଚାରୀ ଅବସର ନେଇ ସାରିଥିଲେ ବି ନିଜ ପ୍ରାପ୍ୟ ପାଇବାକୁ ବାର ଦୁଆର ସୁଣ୍ଡିପିଣ୍ଡା ଅବସ୍ଥା ଭୋଗ କରୁଥିବା ଖୋଦ୍ ସଂସ୍ଥା ସଦସ୍ୟ ମାନେ ସମବାୟ ଅଧିକାରୀଙ୍କୁ ଅଭିଯୋଗ କରିଛନ୍ତି l ନିଜ ପ୍ରାପ୍ୟ ଫେରି ପାଇବାକୁ ଏମିତି ଜଣେ ସଦସ୍ୟ ଗତକାଲି ଥାନାର ଦ୍ୱାରସ୍ଥ ହୋଇଥିବା ସୂଚନା ମିଳିଛି l ଅଭାବରେ ପଡି କେହି ଋଣ ମାଗିଲେ ତାଙ୍କୁ ଉତ୍କୋଚ ମଗା ଯାଉଥିବା ଭଳି ସଙ୍ଗୀନ ଅଭିଯୋଗ କରାଯାଇଛି l ଏକଦା ଏହି ଋଣ ସମବାୟ ସମିତି ନିଜ କାମ ପାଇଁ ସୁନାମ ଅର୍ଜନ କରିଥିବା ବେଳେ ବ୍ୟକ୍ତିଗତ ସ୍ବାର୍ଥ ଚରିତାର୍ଥ ପାଇଁ ଏହା ପୂର୍ବଭଳି ଆଉ ଅସ୍ଥା ଭାଜନ ହୋଇ ରହି ନାହିଁ l ଏହାର ଆଶୁ ସମାଧାନ ପାଇଁ ପାନପୋଷ ଏ ଆର ସି ଏସ ଏଥିରେ ତୁରନ୍ତ ହସ୍ତକ୍ଷେପ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସଭାପତିଙ୍କ ସମେତ ଅନ୍ୟ ସାତ ଜଣ ନିର୍ଦ୍ଦେଶକ ଅଭିଯୋଗ କରିଛନ୍ତି l
Related Stories
November 24, 2024
November 24, 2024