କୋଲକାତା– ଆରଜି କର ଦୁର୍ନୀତିକୁ ନେଇ ଜୁନିୟର ଡାକ୍ତରମାନେ କୋଲକାତାର ଧର୍ମତଳାରେ ଅନଶନ ଆରମ୍ଭ କରିଛନ୍ତି । ଯେଉଁଥିରେ ଦୁଇଦିନ ଯାଏ ଆରଜି କରର ପ୍ରତିନିଧି ଅନ୍ତର୍ଭୁକ୍ତ ନଥିଲେ। ଏ ସମ୍ପର୍କରେ ପ୍ରଶ୍ନ ଉଠିଥିଲା। ଏବେ ରବିବାର ରାତିରେ ଆରଜି କର ହସ୍ପିଟାଲ ପକ୍ଷରୁ ଜୁନିୟର ଡାକ୍ତରଙ୍କ ଅନ୍ୟତମ ନେତା ଅନିକେତ ମହତୋ ମଧ୍ୟ ଏହି ବିକ୍ଷୋଭରେ ଯୋଗ ଦେଇଛନ୍ତି। ଶନିବାର ରାତିରେ ଯେତେବେଳେ ଛଅଜଣ ଜୁନିୟର ଡାକ୍ତର ଅନଶନ ବିକ୍ଷୋଭ ଆରମ୍ଭ କରିଥିଲେ,ସେତେବେଳେ ପ୍ରଶ୍ନ ଉଠିବାକୁ ଲାଗିଲା ଯେ ଯେ ଆରଜି କର ଡାକ୍ତରଖାନା,ଯେଉଁ ଆନ୍ଦୋଳନର କେନ୍ଦ୍ର ପାଲଟିଥିଲା ,ସେଠାକାର କୌଣସି ମଧ୍ୟ ଡାକ୍ତର ଅନଶନ ଧର୍ମଘଟରେ କାହିଁକି ଯୋଗ ଦେଇନଥିଲେ? ରବିବାର ରାତିରେ ଆରଜି କର ହସ୍ପିଟାଲର ଜୁନିୟର ଡାକ୍ତର ଅନିକେତ ମହତୋ ମଧ୍ୟ ଅନଶନ ଧର୍ମଘଟରେ ଯୋଗ ଦେଇଥିଲେ। ରବିବାର ଆରମ୍ଭ ହୋଇଥିବା ଆମରଣ ଅନଶନରେ ବର୍ତ୍ତମାନ ପର୍ଯ୍ୟନ୍ତ ସମୁଦାୟ 7 ଜଣ ଡାକ୍ତର ସାମିଲ ହୋଇଛନ୍ତି, ଯେଉଁମାନେ ସେମାନଙ୍କର ଦଶଟି ଦାବି ପାଇଁ ଆନ୍ଦୋଳନ କରୁଛନ୍ତି।
Related Stories
November 21, 2024