ନୂଆଦିଲ୍ଲୀ– ଦିଲ୍ଲୀର ରାଉଜ ଏଭିନ୍ୟୁ କୋର୍ଟ ଲ୍ୟାଣ୍ଡ ଫର ଜବର ମନି ଲଣ୍ଡରିଂ ମାମଲାରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁପ୍ରସାଦ ଯାଦବ ,ତେଜସ୍ୱି ଯାଦବ, ତେଜ ପ୍ରତାପ ଯାଦବଙ୍କ ସମେତ ସାତ ଜଣ ଅଭିଯୁକ୍ତଙ୍କୁ ଜାମିନ ପ୍ରଦାନ କରିଛନ୍ତି। କୋର୍ଟର ସମନ ପରେ ଏହି ତିନି ଜଣ ଅନ୍ୟ ଅଭିଯୁକ୍ତଙ୍କ ସହ ସ୍ୱତନ୍ତ୍ର ଜଜ ବିଶାଲ ଗୋଗନେଙ୍କ କୋର୍ଟରେ ପହଁଞ୍ଚିଥିଲେ। ଏହି ମାମଲାର ପରବର୍ତ୍ତୀ ଶୁଣାଣି 25 ଅକ୍ଟୋବରରେ ହେବ। ଆଜି କୋର୍ଟରେ ଲାଲୁ ପ୍ରସାଦ ଯାଦବ,ତେଜସ୍ୱୀ ଏବଂ ତେଜପ୍ରତାପ ଯାଦବଙ୍କ ବ୍ୟତୀତ ମୀସା ଭାରତୀ ଏବଂ ଅନ୍ୟ ସହ ଅଭିଯୁକ୍ତମାନେ ମଧ୍ୟ ପହଁଞ୍ଚିଥିଲେ । କୋର୍ଟ ଆଜି ସମସ୍ତ ସାତଜଣ ଅଭିଯୁକ୍ତଙ୍କୁ ଜାମିନ ପ୍ରଦାନ କରିଛନ୍ତି। କୋର୍ଟ ପ୍ରତ୍ୟେକ ଅଭିଯୁକ୍ତଙ୍କୁ ଏକ ଲକ୍ଷ ଟଙ୍କା ବଣ୍ଡରେ ଜାମିନ ପ୍ରଦାନ କରିଛନ୍ତି । 7 ମାର୍ଚ୍ଚରେ କୋର୍ଟ ଇଡି ମାମଲାରେ ରାବଡୀ ଦେବୀ,ମୀସା ଭାରତୀ,ହୀମା ଯାଦବ ଏବଂ ହୃଦୟାନନ୍ଦ ଚୌଧୁରୀଙ୍କୁ ଜାମିନ ପ୍ରଦାନ କରିଥିଲେ।
Related Stories
November 21, 2024