କୋଲକାତା– ଧର୍ମତଳାରେ ସାତଜଣ ଜୁନିୟର ଡାକ୍ତରଙ୍କ ଅନଶନ ତିନିଦିନ ଧରି ଚାଲିଛି। ଶନିବାର ରାତିରୁ ଏହି ଛଅଜଣ ଡାକ୍ତର ଖାଦ୍ୟ ଛାଡି ଦେଇଥିବା ବେଳେ ଏବେ ଆଉ ଜଣେ ଡାକ୍ତର ରବିବାର ରାତିରୁ ଅନଶନ କରୁଛନ୍ତି। ଏହି ଅନଶନରେ ବର୍ତ୍ତମାନ ବରିଷ୍ଠ ଡାକ୍ତର ମଧ୍ୟ ସାମିଲ ହୋଇଛନ୍ତି । ସୋମବାର ସକାଳୁ ଅନେକ ବରିଷ୍ଠ ଡାକ୍ତର ଅନଶନ ସ୍ଥଳରେ ପହଁଞ୍ଚି ସମର୍ଥନ ଜଣାଇ 24 ଘଣ୍ଟା ପର୍ଯ୍ୟନ୍ତ ଅନଶନ କରିବାକୁ ଘୋଷଣା କରିଛନ୍ତି । ଜୁନିୟର ଡାକ୍ତରଙ୍କ ଏହି ଅନଶନ ସମ୍ପର୍କରେ ସରକାରଙ୍କ ତରଫରୁ କୌଣସି ପ୍ରତିକ୍ରିୟା ମିଳିନାହିଁ। ଅନଶନ କରୁଥିବା ଡାକ୍ତରମାନେ ସ୍ୱଚ୍ଛତା ଏବଂ ପାରଦର୍ଶିତା ବଜାୟ ରଖିବା ପାଇଁ ଅନଶନ ସ୍ଥଳରେ ସିସିଟିଭି କ୍ୟାମେରା ଲଗାଇଛନ୍ତି ଯାହାଦ୍ୱାରା ସେମାନଙ୍କର କାର୍ଯ୍ୟକଳାପ ଉପରେ ନଜର ରଖାଯିବ ଏବଂ କୌଣସି ପ୍ରଶ୍ନ ଉଠିପାରିବ ନାହିଁ।
Related Stories
November 21, 2024