କନ୍ଧମାଳ- କନ୍ଧମାଳ ଜିଲ୍ଲା ପୁଲିସ ପ କ୍ଷରୁ ପ୍ରଥମ ଥର ପାଇଁ ଜିଲ୍ଲାସ୍ତରୀୟ ପୁଲିସ ଦୌଡକୁଦ ପ୍ରତିଯୋଗିତା ଆଜି ଉଦଘାଟିତ ହୋଇ ଯାଇଛି । ମାଦିକୁନ୍ଦା ସ୍ଥିତ ପୁଲିସ୍ ପଡିଆ ଠାରେ ଦୁଇ ଦିନ ଧରି ଅନୁÂିତ ହେଉଥିବା ଏହି ପ୍ରତିଯୋଗିତାକୁ ଦକ୍ଷିଣାଂଚଳ ଡିଆଇଜି ସତ୍ୟବ୍ରତ ଭୋଇ ପତାକା ଉତଳନ କରି ଉଦ୍ଘାଟନ କରିÿବା ସହ ପ୍ରତିଯୋଗୀଙ୍କ ମାର୍ଚପାଷ୍ଟରେ ଅଭିବାଦନ ଗ୍ରହଣ କରିଥିଲେ । ଡିଆଇଜି ଶ୍ରୀ ଭୋଇ ତାଙ୍କ ଅଭିଭାଷଣରେ କ୍ରୀଡା ପୁଲିସର ଏକ ଅବିଛେଦ୍ୟ ଅଂହ୍ଗ ବୋଲି କହିବା ସହ କ୍ରୀଡାବୀତ୍ ଯବାନମାନଙ୍କୁ ସେମାନଙ୍କ ପ୍ରତିଭା ପ୍ରଦର୍ଶନ ପାଇଁ ବିଭାଗ ପକ୍ଷରୁ ସମସ୍ତ ପ୍ରକାର ପ୍ରତ୍ସାହନ ଯୋଗାଇ ଦିଆଯିବ ବୋଲି କହିଥିଲେ । ସମ୍ମାନିତ ଅତିଥି ଭାବେ ଏସପି ପ୍ରତିକ୍ ସିଂ ଉପସ୍ଥିତ ରହି ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏଏସପି ବିବିନ ବିହାରୀ ବେହେରା, ଡିଏସପି କୃଷ୍ଣ ପ୍ରସାଦ ପଟ୍ଟନାୟକ, ଅବିନସ କେରେକେଟା, ବାଲିଗୁଡା ଏସଡିପିଓ ମାନସ ରଂଜନ ବାରିକ, ସଦର ଏସଡିପିଓ ମହେନ୍ଦ୍ର ନାଥ ମୁର୍ମୁ, ପ୍ରବେସନାରୀ ଡିଏସପି ମନୋଜ କୁମାର ପୁଜାରୀ, ଟାଉନଥାନାଧିକାରୀ ନରେଶ କୁମାର ସାହୁ ପ୍ରମୁଖ ଅତିଥିଭାବେ ଉପସ୍ଥିତ ଥିଲେ । ଉଦଘାଟନୀ କାର୍ଯ୍ୟକ୍ରମକୁ ଆରଆଇ ଧର୍ମେନ୍ଦ୍ର ପ୍ରଧାନ ପରିଚାଳନା କରିଥିବା ବେଳେ ମାର୍ଚପାଷ୍ଟର ନେତୃତ୍ୱ ସର୍ଜେଂଟ ସରୋଜ କୁମାର ବେହେରା ନେଇଥିଲେ । କନେଷ୍ଟବଲ ସଂଘର ସଭାପତି ପ୍ରଦୀପ କୁମାର ମହାନ୍ତି ମଂଚ ପରିଚାଳନା କରିଥିଲେ ।ଣ୍ଟଦୁଇ ଦିନ ଧରି ଅନୁÂିତ ହେଉଥିବା ଏହି ପ୍ରତିଯୋଗିତାରେ ପୁଲିସ ଜିଲ୍ଲାର ବାଲିଗୁଡା, ଜି ଉଦୟଗିରି ଓ ଫୁଲବାଣୀ ସବଡିଭିଜନ ସମେତ ଏସଏସବିଏନର ୮ମ ବାଟାଲିଅନର ୧୪୬ ଜଣ ପୁରୁଷ ଓ ୩୬ ଜଣ ମହିଳା ପ୍ରତିଯୋଗୀ ଅଂଶଗ୍ରହଣ କରୁଛନ୍ତି । ଏହି ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନେ ଆସନ୍ତା ଫେବୃୟାରୀରେ ହେବାକୁ ଥିବା ରାଜ୍ୟ ପୁଲିସ ଦୌଡ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ ।
Related Stories
October 28, 2025
October 28, 2025
