ରାଉରକେଲା– ରାଉରକେଲା ସହରର ମୁଖ୍ୟ ବଜାର ଅଁଚଳରେ ବେଆଇନ ଭାବେ ବାଣ ରଖି ବେପାର ଚଳାଇଥିବା ସଂପର୍କରେ ଖବର ପାଇ ଆଜି ସେହି ଦୋକାନରେ ପୁଲିସ ଚଢାଉ କରି ପ୍ରାୟ ୨୦ ଲକ୍ଷ ଟଙ୍କାର ବାଣ ଜବତ କରିଛି । ଏହି ବାଣ ମଧ୍ୟରେ ନାନା କିସମର ବାଣ ଓ ଦାମୀ ନାଣ ରହିଥିବା ଜଣାପଡିଛି । ଏହି ବ୍ୟକ୍ତି ଜଣକ ସହରରେ ରୁପସିଙ୍ଗାର ନାମକ ଦୋକାନ ଚଳାଇବା ସହ ଏଭଳି କାରବାର ଦୀର୍ଘ ଦିନ ହେଲା କରିଆସୁଥିଲେ ବୋଲି କୁହାଯାଉଛି । ତେବେ ବାଣ ବିକା ଲାଗି କୌଣସି ଲାଇସେନ୍ସ ଦେଖାଇ ନପାରିବାରୁ ସମସ୍ତ ବାଣକୁ ପୁଲିସ ଜବତ କରିବା ସହ ଦୋକାନରେ ଥିବା ବ୍ୟକ୍ତି ମାନଙ୍କୁ ଥାନାକୁ ନେଇ ପଚରା ଉଚରା ଜାରି ରଖିଛି ।
Related Stories
November 21, 2024
November 21, 2024