ଭୁବନେଶ୍ୱର– ଅନୁଭବ ମହାନ୍ତିଙ୍କୁ ଦମନ ଫିଲ୍ମ ପ୍ରଡ୍ୟୁସର ଦୀପେନ୍ଦ୍ର ସାମଲଙ୍କ ଖୋଲା ଚ୍ୟାଲେଂଜ । ଦୁର୍ଗାପୂଜାରେ ପୁଣି ଥରେ 9 ତାରିଖରେ ସ୍କ୍ରିନିଂକୁ ଆସିବ ଓଡ଼ିଆ ଫିଲ୍ମ “ଦମନ”। ଶ୍ରେଷ୍ଠ ଓଡ଼ିଆ ଫିଲ୍ମ ଭାବରେ ନ୍ୟାସନାଲ ଆୱାର୍ଡ ପାଇଥିବା ଫିଲ୍ମ “ଦମନ”କୁ ଅସମ୍ମାନ ନ କରି ଫିଲ୍ମକୁ ସମ୍ମାନ ଦେବାକୁ କହିଛନ୍ତି “ଦମନ”ଫିଲ୍ମ ପ୍ରଡ୍ୟୁସର । ସରକାରୀ ଯୋଜନାକୁ ଜଣେ ଡକ୍ଟର କିପରି ଲୋକଙ୍କ ପାଖରେ ପହଞ୍ଚାଉଛନ୍ତି ତାହା “ଦମନ”ଫିଲ୍ମ ମାଧ୍ୟମରେ ପ୍ରଦର୍ଶନୀ ହୋଇଛି । ତେଣୁ ଲୋକଙ୍କୁ ଭଲ ପାଇବାକୁ ସମ୍ମାନ ଜଣାଇ ଯେଉଁମାନେ ଦମନ ଦେଖିନାହାନ୍ତି ସେମାନଙ୍କ ପାଇଁ ପୁଣି ଥରେ ଦମନ ଫିଲ୍ମ ସ୍କ୍ରିନିଂ ହେବ ବୋଲି ପ୍ରଡ୍ୟୁସର କହିଛନ୍ତି । ତେଣୁ ଯେଉଁ ନିର୍ଦିଷ୍ଟ ଗଣମାଧ୍ୟମ ଏବଂ ନିର୍ଦ୍ଧିଷ୍ଟ ସିନେ ପ୍ରଶଂସକ ମାନେ ଦମନ ବିରୁଦ୍ଧରେ କହୁଛନ୍ତି ସେମାନେ ଏଥିରୁ ଦୂରେଇ ରୁହନ୍ତୁ ଏବଂ ଓଡିଶା ସେନେ ଜଗତ କେମିତି ଆଗକୁ ଯିବ ସେଥିପାଇଁ ସହଯୋଗ କରନ୍ତୁ ।
Related Stories
November 21, 2024
November 21, 2024