ସମ୍ବଲପୁର– ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟ ଠାରେ ଭାରତୀୟ ଶିକ୍ଷଣ ମଣ୍ଡଳ ଆନୁକୁଲ୍ୟରେ ପ୍ରାନ୍ତ ସ୍ତରୀୟ ଗବେଷକ ମାନଙ୍କର ସମ୍ମିଳନୀ ଓ ଗବେଷଣା ପାଣ୍ଡୁଲିପି ଲିଖନ ପ୍ରତିଯୋଗିତାର ପୁରସ୍କାର ବିତରଣ ସମାରୋହ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟଅତିଥି ଭାବରେ ପ୍ରଫେସର ଆର୍ ପି. ତିଓ୍ବାରୀ ଓ ମୁଖ୍ୟବକ୍ତା ଭାବରେ ଡଃ. ପୁନମ୍ ସିଂହ ଯୋଗ ଦେଇ କହିଥିଲେ ଯେ, ଆମକୁ ବିଶ୍ବ ଗୁରୁ ହେବା ପାଇଁ ଶିକ୍ଷାର ଭାରତୀୟକରଣ ପାଇଁ ପଦକ୍ଷେପ ନେବା ଉଚିତ୍ । ଡ. ଦୟା ପାଠକ ମଞ୍ଚ ପରିଚାଳନା କରିଥିବା ବେଳେ ଉମେଶ କୁମାର୍ ସିଂହ, ଜସବିନ୍ଦର୍ ସିଂହ, ରାମ ରରେଶ ମାହାଲିୟା, ସାଗର ସିଂହ, ଜଗନ୍ନାଥ ପାଢୀ ଓ ରୁକ୍ମଣ ବାରିକ୍ ସହଯୋଗ କରିଥିଲେ । ଭାରତୀୟ ଶିକ୍ଷଣ ମଣ୍ଡଳର ନୂତନ କାର୍ଯ୍ୟାଳୟ ଭବନ ବରେଇପାଲି ଠାରେ ଉଦଘାଟିତ ହୋଇଥିଲା । ନୂତନ କାର୍ଯ୍ୟାଳୟ ଭବନକୁ ପଞ୍ଜାବ ବିଶ୍ବବିଦ୍ୟାଳୟର କୁଳପତି ଉଦଘାଟନ କରି ଭାରତୀୟ ଶିକ୍ଷଣ ମଣ୍ଡଳର ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ ।
Related Stories
November 21, 2024
November 21, 2024