
ରୋହତାସ– ବିହାରର ରୋହତାସ ଜିଲ୍ଲାର ରୋହତାସ ଥାନା ଅନ୍ତର୍ଗତ ତୁମ୍ବା ଗାଁ ନିକଟ ସୋନନଦୀରେ ଗାଧୋଇବା ବେଳେ ଗୋଟିଏ ପରିବାର ଓ ସଂପର୍କୀୟଙ୍କର 7 ଜଣ ପିଲା ବୁଡିଯାଇଛନ୍ତି । ମୃତକଙ୍କ ମଧ୍ୟରେ 6ଜଣ ବାଳକ ଓ ଜଣେ ବାଳିକା ଅଛନ୍ତି ।
ସୂଚନା ପାଇବା ମାତ୍ରେ ହିଁ ସୋନ ନଦୀ କୂଳରେ ଲୋକ ପ୍ରତିନିଧି ଓ ପ୍ରଶାସନ ପହଂଚିଛନ୍ତି । ଦୁଇଜଣଙ୍କୁ ଜୀବିତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ସେମାନଙ୍କୁ ତୁରନ୍ତ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ମାତ୍ର ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ । ସମସ୍ତେ ନିଜ ପରିଜନ ସହିତ ସୋନନଦୀକୁ ଗାଧୋଇବା ପାଇଁ ଯାଇଥିଲେ ।