ଜୟପୁର– ଓଡ଼ିଶା ଅମଲା ସଂଘର ୮୧ ତମ ପୂର୍ତ୍ତି ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି । ସଭାପତି ଓଡ଼ିଶା ଅମଲା ସଂଘ କୋରାପୁଟ ଜିଲ୍ଲା ଶାଖା ଶଶୀ ଭୂଷଣ ଦାସ ଙ୍କ ଆହ୍ବାନ କ୍ରମେ ବିଭିନ୍ନ ବିଭାଗରେ କାର୍ଯ୍ୟରତ ଶତାଧିକ ଅମଲା ଯୋଗଦାନ କରିଥିଲେ । କୋରାପୁଟ ଅମଲା ଭବନ ଠାରୁ ଏକ ଶୋଭାଯାତ୍ରା ବାହାରି ଆଦିବାସୀ ସଂଗ୍ରାହଳୟ ଠାରେ ପହଞ୍ଚିଥିଲା । କୋରାପୁଟ ଜିଲ୍ଲାର ଆଦିବାସୀ ନୃତ୍ୟ ରିଞ୍ଜଡିରେ ବିଭିନ୍ନ ଜିଲ୍ଲା ଓ ରାଜ୍ୟରୁ ଆସିଥିବା ନେତୃବୃନ୍ଦଙ୍କୁ କୋରାପୁଟ ଜିଲ୍ଲା ଅମଲା ସଂଘ ଦ୍ବାରା ସ୍ବାଗତ କରାଯାଇଥିଲା । ଶୋଭାଯାତ୍ରା ଆଦିବାସୀ ସଂଗ୍ରାହଳୟ ଠାରେ ପହଞ୍ଚିଥିବା ପରେ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ଶଶୀଭୂଷଣ ଦାଶ୍ ସଭାପତି ଓଡ଼ିଶା ଅମଲା ସଂଘ କୋରାପୁଟ ଜିଲ୍ଲା ଶାଖା ସଭାପତିତ୍ବ କରିଥିବା ବେଳେ ଲକ୍ଷ୍ମୀ ନାରାୟଣ ସେଠି ଓଡ଼ିଶା ଅମଲା ସଂଘ ରାଜ୍ୟ ଉପଦେଷ୍ଟା ମୁଖ୍ୟ ଅତିଥି, ସୁକାନ୍ତ କୁମାର ମହାପାତ୍ର ରାଜ୍ୟ ଉପସଭାପତି ଓଡିଶା ଅମଲା ସଂଘ ସମ୍ମାନିତ ଅତିଥି, ଶ୍ୟାମ ସୁନ୍ଦର ନାୟକ ରାଜ୍ୟ ଉପ ସଭାପତି ଓଡ଼ିଶା ଅମଲା ସଂଘ ମୁଖ୍ୟବକ୍ତା, ସୁନାକର ରାଉତ ପୂର୍ବତନ ସଭାପତି ଓଡ଼ିଶା ଅମଲା ସଂଘ କୋରାପୁଟ ଜିଲ୍ଲା ଶାଖା ମୁଖ୍ୟବକ୍ତା, ରୁପ କେଶରୀ ଦଳେଇ, ସଞ୍ଜୟ କୁମାର ପଣ୍ଡା, ସମ୍ମାନିତ ଅତିଥି, ଜିତେନ୍ଦ୍ର କୁମାର ମୁଣ୍ଡ, ପର୍ଶୁରାମ ପାତ୍ର ରାଜ୍ୟ ଅଣଗେଜେଟେଡ୍ କର୍ମଚାରୀ ସମନ୍ବୟ ସମିତି ସାଙ୍ଗଠନିକ ସମ୍ପାଦକ, ମହେଶ୍ଵର ମିଶ୍ର ଅଣଗେଜେଟେଡ୍ କର୍ମଚାରୀ ସମନ୍ବୟ ସମିତି କୋରାପୁଟ ଜିଲ୍ଲା ଶାଖା ସମ୍ପାଦକ ସମ୍ମାନିତ ଅତିଥି ଭାବେ ମଞ୍ଚାସିନ ହୋଇ ନିଜ ନିଜର ଅଭିଭାଷଣ ପ୍ରଦାନ କରିଥିଲେ ।
ବୈଠକରେ କୋରାପୁଟ ଜିଲ୍ଲାର ବିଭିନ୍ନ ବିଭାଗରୁ ଅବସରପ୍ରାପ୍ତ କର୍ମଚାରିଙ୍କୁ ସମ୍ବର୍ଦ୍ଧିତ କରିବା ସହିତ ନୂତନ ଭାବେ ଯୋଗଦାନ କରିଥିବା ସମସ୍ତ କନିଷ୍ଠ ସହାୟକଙ୍କୁ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଥିଲା । ଏଥିରେ ମୁଖ୍ୟତଃ ଲକ୍ଷ୍ମୀକାନ୍ତ ଦାଶ୍, କୈଳାଶ ସାମନ୍ତରାୟ, ଗୁପ୍ତ ପଟ୍ଟନାୟକ, ବିନାୟକ ମହାପାତ୍ର, କାଳିପ୍ରସାଦ ମିଶ୍ର, ରାଜିବ ପ୍ରଧାନ, ସଞ୍ଜୟ କୁମାର ରଥ, ରାମକୃଷ୍ଣ ପଣ୍ଡା, ରାଜେନ୍ଦ୍ର ନାରାୟଣ ପାଢ଼ୀ, ସୁଜାତା ମହାପାତ୍ର, ଆଦିକା ସଙ୍ଗୀତା, ମିନାକ୍ଷୀ ମଞ୍ଜରି ଦେଇ, ଅର୍ଚ୍ଚନା ବାଗ ଙ୍କ ସମେତ ବହୁ ବରିଷ୍ଠ ସଦସ୍ୟ ଯୋଗଦାନ କରିଥିଲେ ।