ଜୟପୁର– ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଦ୍ବାରା ଅନୁପ୍ରାଣିତ ହୋଇ ଆଜାଦ ହିନ୍ଦ ଫୌଜ ର ସେନାନୀ ଲକ୍ଷ୍ମୀ ଇନ୍ଦିରା ପଣ୍ଡା ଜଣେ ନିର୍ଭିକ ମହିଳା ଥିଲେ। ତାଙ୍କ ପବିତ୍ର ଶ୍ରାଦ୍ଧ ଦିବସ ପାଳନ ଅବସରରେ ଜୟପୁର ପୂଜ୍ୟପୂଜା ସଂସଦର ସଭାପତି ଉଦୟ ଶଙ୍କର ଜାନୀଙ୍କ ସଭାପତିତ୍ବରେ ଆୟୋଜିତ ଭବ୍ୟ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ ପ୍ରଫେସର ସତ୍ୟନାରାୟଣ ରଥ, ସମ୍ମାନିତ ଅତିଥି ଡ଼ଃ. ପରେଶ ରଥ, ସଂସ୍କୃତ ଶିକ୍ଷକ ମନୋଜ ମିଶ୍ର, ଶିବ କେଶବ ଦାସ, ପ୍ରମୋଦ କୁମାର ରାଉଳ, ପ୍ରବୀର ପାତ୍ର ଓ ପରିବାର ଲୋକେ। ସଂସଦର ସଂପାଦକ ବୈରାଗୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ଉପସଭାପତି ତପନ କିରଣ ତ୍ରିପାଠୀ କାର୍ଯ୍ୟ ସଂଚାଳନ କରିଥିଲେ।
Related Stories
October 6, 2024
October 6, 2024