ନୂଆଦିଲ୍ଲୀ- ଉତରାଖଣ୍ଡର ଚୌଖଂବା ତୃତୀୟ ଶିଖର ଉପରକୁ ଚଢିବାକୁ ଉଦ୍ୟମ କରି ତିନିଦିନରୁ ଫସିରହିଥିବା ଦୁଇ ବିଦେଶୀ ମହିଳା ପର୍ବତାରୋହୀଙ୍କୁ 60 ଘଂଟା ଅପରେସନ ପରେ ରବିବାର ସକାଳେ ସୁରକ୍ଷିତ ଉଦ୍ଧାର କରାଯାଇଛି । ଆମେରିକାର ମିଶେଲ ଥେରେସା ଡ୍ୱୋରକ ଓ ବ୍ରିଟେନର ଫେ ଜେନ ମୈନର୍ସ ଅକ୍ଟୋବର 3ରରୁ 6,015 ମିଟର ଉଚ୍ଚରେ ଫସିରହିଥିଲେ । ଏମାନଙ୍କ ଭୋଜନ ଓ ଚଢିବା ସାମଗ୍ରୀ ଥିବା ଜରୁରୀବ୍ୟାଗ ଖାଇ ଭିତରକୁ ଖସିପଡିଥିଲା । ଯାହାପରେ ଦୁଇ ବିଦେଶୀ ମହିଳା ତାଙ୍କର ଜଣେ ମହିଳା ମିତ୍ରଙ୍କ ଠାରୁ ସହଯୋଗ ଲୋଡିଥିଲେ । ୟୁଏସଏର ମିଶେଲ ଥେରେସା ଡ୍ୱୋରକ ଓ ୟୁନାଇଟେଡ କିଙ୍ଗଡମର ଫେ ଜେନ ମୈନର୍ସ ସେପ୍ଟେମ୍ବର 15ରେ ଦିଲ୍ଲୀରେ ପହଂଚିଥିଲେ । ଦୁଇ ବିଦେଶୀ ପର୍ବତାରୋହୀ 2022 ମସିହାର ରେକର୍ଡ ଭାଙ୍ଗିବାକୁ ଚାହୁଁଥିଲେ, ଯାହାକୁ 6200 ମିଟରର ଶିଖରରେ ଚଢି ଆମେରିକାର ସବୁଠୁ ଉଚ୍ଚ ଶିଖର ଡେନାଲୀରେ ଚଢି ପିତା ଭାରତୀୟ ବଂଶୋଦ୍ଭବର ଅଜିତ ଓ ଝିଅ ଦୀୟା ବଜାଜ କରିଥିଲେ ।