କୋରାଇ – ୧୬ ନମ୍ବର ଜାତୀୟ ରାଜପଥର ସଠିପୁର ନିକଟସ୍ଥ ବାଲିପଶି ଛକରେ ଗଳି ପୋଲ ନିର୍ମାଣ ପାଇଁ ସ୍ଥାନୀୟ ଅଧିବାସୀଙ୍କ ପକ୍ଷରୁ ଦାବି ହୋଇଛି । ଗଳିପୋଲର ଆବଶ୍ୟକତା ନେଇ ଜାତୀୟ ରାଜପଥ ପ୍ରାଧିକରଣ ବିଭାଗ ଆଂଚଳିକ ଅଧିକାରୀଙ୍କୁ ମଧ୍ୟ ପତ୍ର ଦିଆଯାଇଛି । ସୂଚନା ମୂତାବକ ବାଲିପଶି ଛକରେ ରାଜପଥ ଦେଇ ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତା ଯାଇଅଛି । ରାଜପଥରର ଉଭୟ ପାଶ୍ୱର୍ରେ ସ୍ଥାନୀୟ ଗ୍ରାମବାସୀ ଯଥା କରଦା, ବାଲିପଶି, ବଡବରୁଣାଇପଦା, ମାଧପୁର, କଂଟିଗଡିଆ, ବଜରପଡା, ରୁମାପଶି ଆଦି ଗ୍ରାମର ଲୋକମାନଙ୍କର ଜମି ରହିଅଛି । ଏଥି ସହିତ ଚାଷ ଜମି ଓ ସ୍କୁଲ, କଲେଜ ଆଦିକୁ ଯାତାୟତ ପାଇଁ ରାସ୍ତା ହୋଇଛି । ବର୍ତମାନ ରାଜପଥ ସର୍ମ୍ପସାରଣ କରାଯାଉଛି । ଆବଶ୍ୟକତା ଦୃଷ୍ଟିରୁ ବାଲିପଶି ଛକରେ ଏକ ଗଳିପୋଲ ଦରକାର ରହିଛି । ଏଠାରେ ଗଳିପୋଲ ନହେଲେ ରାସ୍ତା ସର୍ମ୍ପସାରଣ ପରେ ଯାତାୟତରେ ଘୋର ଅସୁବିଧା ଦେଖା ହେବ । ଚାଷ ଜିମ, ସ୍କୁଲ, କଲେଜ, ଡାକ୍ତଖାନା ଆଦି ଯିବାକୁ ଏକମାତ୍ର ରାସ୍ତା ହୋଇଥବବା ବେଳେ ଦୁର୍ଘଟଣା ଘଟି ଧନଜୀବନ ହାନି ହେବାର ସମ୍ଭାବନା ସୃଷ୍ଟି ହୋଇଛି । ଫଳରେ ବାଲିପଶି ଛକରେ ଏକ ସ୍ଥାୟୀ ଗଳିପୋଲ କରିବାକୁ ସ୍ଥାନୀୟ ଅଧିବାସୀଙ୍କ ପକ୍ଷରୁ ଦୃଢଦାବି ହୋଇଛି । ମାଳଆନ୍ଦପୁର ସରପଂଚ ବିଶ୍ୱନାଥ ସ୍ୱାଇଁ, ପ୍ରତାପ ଚନ୍ଦ୍ର ଧଳ, ବଳରାମ ବେହେରା, ଦଶରଥ ସାହୁ, ସୁବାସ ଦାସ, କୃଷ୍ଣ ଚନ୍ଦ୍ର ବେହେରା, ରାକେଶ ବାରିକଙ୍କ ସମତେ ଶତାଧିକ ଲୋକ ଦାବି ଜଣାଇଛନ୍ତି ।
Related Stories
November 24, 2024
November 24, 2024