କୋରାଇ – ୩୧ ତମ ସଡ଼କ ସୁରକ୍ଷା ସପ୍ତାହ ପାଳନ ଅବସରରେ ଯାଜପୁର ଜିଲ୍ଲା ପୁଲିସ ତରଫରୁ ରାସ୍ତା ଦୁର୍ଘଟଣାରେ ଆହତ ବ୍ୟକ୍ତି ମାନଙ୍କୁ ଡ଼ାକ୍ତରଖାନା ପର୍ଯ୍ୟନ୍ତ ପହଂଚାଇବା ସହିତ ନିସ୍ୱାର୍ଥପର ଭାବେ ଅନ୍ୟାନ୍ୟ ଉଲ୍ଲେଖନୀୟ ସେବା ଲାଗି ଜିଲ୍ଲାର ୮ ଜଣଙ୍କୁ ଶନିବାର ଦିନ ଆରକ୍ଷୀ ଅଧିକ୍ଷକ ଚରଣ ସିଂ ମୀନା ସମ୍ବର୍ଦ୍ଧିତ କରିଥିଲେ । ସେମାନଙ୍କ ମଧ୍ୟରେ କୋରାଇ ଥାନା ଅନ୍ତର୍ଗତ ବଳରାମ ବାରିକଙ୍କ ପୁଅ କଳାକାର ବାରିକ, ଯାଜପୁର ରୋଡ଼ ଥାନା ଅନ୍ତର୍ଗତ ଜିତେଦ୍ର କୁମାର ରାଉତଙ୍କ ପୁଅ ମାନବ ଅଭିନବ ରାଉତ, ବିଶ୍ୱନାଥ ରାଉତଙ୍କ ପୁଅ ରାଜେଶ କୁମାର ରାଉତ, ଅଭିମନୁ୍ୟ ନାୟକଙ୍କ ପୁଅ ସିଦ୍ଧାର୍ଥ ନାୟକ, ପାଣିକୋଇଲି ଥାନା ଅନ୍ତର୍ଗତ ନୃସିଂହ ପଟ୍ଟନାୟକଙ୍କ ପୁଅ ତାରିଣୀ କୁମାର ପଟ୍ଟନାୟକ, ଧର୍ମଶାଳା ଥାନା ଅନ୍ତର୍ଗତ କାଙ୍ଗାଳି ମହାନ୍ତିଙ୍କ ପୁଅ ଇନ୍ଦ୍ରମଣୀ ମହାନ୍ତି, ବାବାଜୀ ଚରଣ ନାୟକଙ୍କ ପୁଅ ନକୁଳ ନାୟକ. ହାଡ଼ିବନ୍ଧୁ ବାରିକଙ୍କ ପୁଅ ସୁବାସ ଚନ୍ଦ୍ର ବାରିକ, ଟ୍ରାଫିକ ହାବିଲଦାର ବିଶ୍ୱନାଥ ସାହୁ, ଟ୍ରାଫିକ କନେଷ୍ଟବଳ ରାଜକିଶୋର ପୁର୍ତୀ, ବିଜୟ କୁମାର ମଲ୍ଲିକ, ଯାଜପୁର ରୋଡ଼ ଥାନାରେ କାର୍ଯ୍ୟରତ ହେମଗାଡର଼୍ ସନ୍ତୋଷ ପଣ୍ଡା ପ୍ରମୁଖ ସମ୍ବର୍ଦ୍ଧିତ ହୋଇଥିବା ବେଳେ କଳିଙ୍ଗ ନଗର ଥାନାରେ କାର୍ଯ୍ୟରତ ହେମଗାଡର଼୍ ଲଳିତ ମୋହନ ମହାନ୍ତ ଅନୁପସ୍ଥିତ ଥିବାରୁ ସମ୍ବର୍ଦ୍ଧିତ ହୋଇପାରିନଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଜୟୀରାମ ଶତପଥି, ରିଜର୍ଭ ଇନିସପେକ୍ଟର କାହ୍ନୁ ଚରଣ ମାରାଣ୍ଡି ପ୍ରମୁଖ ଉପସ୍ଥିତ ଥିଲେ ।
Related Stories
September 17, 2025
September 17, 2025