ଭଦ୍ରକ – ଏହି ଜିଲାର ତିହିଡି ତହସିଲ ଅଧୀନ କମାରିଆ ବଜାରରୁ ଶଙ୍କରପୁରକୁ ଲମ୍ବିଥିବା ସରକାରୀ ରାସ୍ତାର ଜବରଦଖଲ ଜନିତ ବିବାଦର ଅନ୍ତ ଘଟିଛି । କାହିଁକି ନା ଏହି ରାସ୍ତାର ସରକାରୀ ଜମିକୁ ପ୍ରାୟ ୨୫ ରୁ ଉଦ୍ଧ୍ୱର୍ ଜବରଦଖଲକାରୀ ମାଡିବସିଥିଲେ । ଯାହାକୁ ନେଇ ବିବାଦ କ୍ରମଶଃ ଉଗ୍ରରୂପ ନେଇଥିଲା । ତେବେ ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ପ୍ରଶାସନ ପକ୍ଷରୁ ଏହି ରାସ୍ତାର ପ୍ରାକ୍ ମାପଚୁପର ଆକଳନ କରାଯାଇଛି । ଏବଂ ତହସିଲଦାରଙ୍କ କ୍ଷେତ୍ରୀୟ ତଦନ୍ତ ପରେ ଆବଶ୍ୟକୀୟ ମୁତାବକ ସ୍ଥାନ ଉଚ୍ଛେଦ କରାଯିବ ବୋଲି ତହସିଲ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଏଠାରେ ପ୍ରକାଶ ଥାଉକି ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ନିଦେ୍ର୍ଧଶ କ୍ରମେ ସରକାରୀ ରାସ୍ତାର ମାପଚୁପ (ଚିହ୍ନଟ) କରାଯାଇ ସଂପୃକ୍ତ ଜବରଦଖଲକାରୀଙ୍କୁ ଉଚ୍ଛେଦ କରାଯିବାର ନିଦେ୍ର୍ଧଶ ହୋଇଥିଲା । କେତେକ କାରଣ ବଶତଃ ଏହା କରାଯାଇନଥିବାରୁ ସ୍ଥାନୀୟ ବାସିନ୍ଦାଙ୍କ ପକ୍ଷରୁ ଅସନ୍ତୋଷ ପ୍ରକାଶ ପାଇଥିଲା । ତିହିଡି ଓ ବାସୁଦେବପୁର ବ୍ଲକ୍କୁ ଏହି ରାସ୍ତା ସଂଯୋଗ ହୋଇଥିବାବେଳେ ଏହି ବଜାରରେ ପ୍ରାୟ ୧୨୦ ମିଟର ବିପର୍ଯ୍ୟସ୍ତ ଅବସ୍ଥାରେ ପଡିରହିଥିଲା । ଭଦ୍ରକ-ଚାନ୍ଦବାଲି ମୁଖ୍ୟ ରାସ୍ତାଟି କମାରିଆ ବଜାର ଦେଇ ବାହାବଳପୁରକୁ ଯାଇଥିବାବେଳେ ଏହାର ବିକାଶ କ୍ଷେତ୍ରରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ କୋଟି କୋଟି ଟଙ୍କା ବ୍ୟୟ ହେଉଥିଲେ ବି ବଜାର ମଧ୍ୟରେ ଥିବା ରାସ୍ତାଟି ଉପରେ କାହାର ନଜର ରହୁନଥିଲା । ଯାହାକି ରାସ୍ତା ଉପରେ ଥିବା ବେଆଇନ୍ ଅବରୋଧ ଲୋକଙ୍କର ଜବରଦଖଲ ଜନିତ କାର୍ଯ୍ୟକୁ ସ୍ପଷ୍ଟ ଇଙ୍ଗିତ କରୁଥିଲା । ଏହି ବେଆଇନ୍ ଅବରୋଧ ଯୋଗୁଁ ବିଭାଗ ପକ୍ଷରୁ କୌଣସି କାର୍ଯ୍ୟ କରାଯାଉ ନଥିବାର ଅଭିଯୋଗ ହୋଇଥିଲା । କୋହ୍ଲ ମୌଜାର ଖାତା ନଂ ୭୦୨ ଓ ପ୍ଲଟ୍ ନଂ ୮୬୨ ରେ ୨୮ ଡି. ସରକାରୀ ଜମି ଯାହା ରାସ୍ତା ଭାବେ ରହିଛି । ଏହି ବଜାର ରାସ୍ତାକୁ ଲାଗି ସରକାରୀ ପାଣିନାଳକୁ ଜବରଦଖଲ କରାଯାଇଥିବାବେଳେ ଏହାର ଉଚ୍ଛେଦ ଲାଗି ପ୍ରଥମେ ଜିଲାପାଳଙ୍କ ଠାରେ ଗୋପୀନାଥ ସାହୁ ଆବେଦନ କରିଥିଲେ । ଜିଲାପାଳଙ୍କ ମିଶ୍ କେଶ୍ ୪/୧୨, ତା ୨୭.୦୭.୧୨ ରିଖରେ ସରକାରୀ ଖାତା ନଂ ୮୬୫ ର ମାପଚୁପ କରାଯାଇ ଉଚ୍ଛେଦ କରିବାକୁ ତିହିଡି ତହସିଲଦାରଙ୍କୁ ନିଦେ୍ର୍ଧଶ ହୋଇଥିଲା । ପରେ ତହସିଲଦାର ଏହା ନକରିବାରୁ ଶ୍ରୀ ସାହୁ ବାଧ୍ୟହୋଇ ମାନ୍ୟବର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଫଳରେ ଡବ୍ଲୁ୍ୟ.ପି.ସି. (ପି.ଆଇ.ଏଲ୍) ନଂ ୫୦୫୩/୨୦୧୨ ମାମଲାରେ ଗତ ୧୧.୦୪.୧୨ ତାରିଖରେ ଶୁଣାଣି କରି ଜିଲାପାଳ ଓ ତହସିଲଦାରଙ୍କ ପକ୍ଷରୁ ଏହାର ମାପଚୁପ କରାଯାଇ ଜବରଦଖଲ ଉଚ୍ଛେଦ କରିବାକୁ ନିଦେ୍ର୍ଧଶ ହୋଇଥିଲେ ମଧ୍ୟ ତାହା ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହେଉନଥିଲା । ଶେଷରେ ନୂତନ ତହସିଲଦାର ଭାବେ ରମେଶ ଚନ୍ଦ୍ର ପଣ୍ଡା ଯୋଗଦାନ କରିବା ପରେ ସ୍ଥାନୀୟ ଅଂଚଳ ଲୋକେ ତାଙ୍କୁ ସାକ୍ଷାତ୍ କରି ତୁରନ୍ତ ମାପଚୁପ ଜରିଆରେ ଜବରଦଖଲ ଉଚ୍ଛେଦର ଦାବି କରିଥିଲେ । ଫଳରେ ତହସିଲଦାର ଶ୍ରୀ ପଣ୍ଡା ରାଜସ୍ୱ ନିରୀକ୍ଷକଙ୍କ ଜରିଆରେ ତଦନ୍ତ କରି ଏହି ମାପଚୁପ ଆରମ୍ଭ ପୂର୍ବକ ଜବରଦଖଲ ଉଚ୍ଛେଦ ପ୍ରକି୍ରୟା ସ୍ଥିର କରିବା ନିଷ୍ପତ୍ତି ସାଧାରଣରେ ଆନନ୍ଦ ଖେଳାଇ ଦେଇଛି ।