ଗଞ୍ଜାମ– ଗଞ୍ଜାମ ଜିଲା ପିତଳ ପୂର୍ବଖଣ୍ଡ ବୁଢୀ ଠାକୁରାଣୀ ମା ଫୁଲକେଶନୀଙ୍କ ପୀଠରେ ଗତକାଲି ରାତିରୁ ନବରାତ୍ର ପୂଜାଉତ୍ସବ ଓ ସୁନାବେଶ ଆରମ୍ଭ ହୋଇଛି । ଏହା ବିଜୟା ଦଶମୀରେ ଉଦଯାପିତ ହେବ ।
ସେହିପରି ଧରାକୋଟର ପିତଳରେ ପୂଜା ପାଉଥିବା ମା ବାମଦେବୀ ଠାକୁରାଣୀ ଏବଂ ପୁରୁଷୋତମପୁର ନିକଟସ୍ଥ କୁମାରୀ ପାହାଡ଼ ଉପରେ ପୂଜା ପାଉଥିବା ମା ତାରାତାରିଣୀଙ୍କ ପୀଠରେ ଗତକାଲି ରାତିରୁ ନବରାତ୍ର ପୂଜା ଆରମ୍ଭ ହୋଇଛି । ଏହା ବ୍ୟତୀତ ଆସିକା ସ୍ଥିତ ମା ଖମ୍ବେଶ୍ଵରୀ, ବ୍ରହ୍ମପୁରର ମା ବୁଢୀ ଠାକୁରାଣୀ, ହିଞ୍ଜିଳି ନିକଟସ୍ଥ ମା ଶ୍ୟାମଳାଇ, ଚିକିଟି ନିକଟସ୍ଥ ମା ମହୁରୀ କାଳୁଆ, ଭଞ୍ଜନଗର ନିକଟସ୍ଥ କୁଲାଡ଼ ଠାରେ ପୂଜା ପାଉଥିବା ମା ବ୍ୟାଘ୍ରଦେବୀ, ପୋଲସରା ନିକଟସ୍ଥ ମା ସିଂହାସନୀ, ଗୋଳନ୍ଥରା ନିକଟସ୍ଥ ମା ଭୈରବୀ, ଖଲ୍ଲିକୋଟ ନିକଟସ୍ଥ ମା ନାରାୟଣୀ ଏବଂ ଚିକିଟି ନିକଟସ୍ଥ ମା ବାଳକୁମାରୀଙ୍କ ପୀଠରେ ଗତକାଲି ରାତିରୁ ନବରାତ୍ର ପୂଜା ଆରମ୍ଭ ହୋଇଛି । ଏହି ଉପଲକ୍ଷେ ସକାଳେ ଓ ସଂଧ୍ଧାରେ ଦେବୀଙ୍କ ଦର୍ଶନ ପାଇଁ ବିଭିନ୍ନ ଶକ୍ତିପୀଠରେ ପ୍ରବଳ ଜନସମାଗମ ହେଉଛି ।