ଘଟଗାଁ– ଜନ୍ମ ଦିନରେ ବୃକ୍ଷରୋପଣ କରି ଆନନ୍ଦ ସାଉଁଟିଛନ୍ତି ପ୍ରୀତି କ୍ରୀଷ୍ଣା। ଶୁକ୍ରବାର ଦିନ ପବିତ୍ର ପୁରାତନ ଝାଡ଼େଶ୍ବର ଶୈବପୀଠ ପରିସରରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସାମ୍ବାଦିକ ରତିକାନ୍ତ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଘସିପୁରା ତହସିଲଦାର ନିଳକଣ୍ଠ ବେହେରା ଯୋଗଦେଇ ବୃକ୍ଷ ରୋପଣ କାର୍ଯ୍ୟକୁ ଉଦଘାଟନ କରିଥିଲେ । ପୂଜକ ସୁଦାମ ଚରଣ ପଣ୍ଡା ବୃକ୍ଷ ପୂଜନ କରିବା ପରେ ପ୍ରୀତି କିଷ୍ଣା ଖୋଳାଯାଇଥିବା ଗାତରେ ବଟବୃକ୍ଷ ରୋପଣ କରିଥିଲେ । ଦିନକୁ ଦିନ ଗଛକଟା ଯୋଗୁ ପରିବେଶ ନଷ୍ଟ ଦେଉଛି, ପରିବେଶ ନଷ୍ଟ ଯୋଗୁ ବାୟୁମଣ୍ଡଳର ତାପମାତ୍ରା ବୃଦ୍ଧି ସାଙ୍ଗକୁ ଅସହ୍ୟ ଗରମ ଅନୁଭୂତ ହେଉଛି । ଏଣୁ ପରିବେଶ ସନ୍ତୁଳନ ପାଇଁ କେବଳ ମାତ୍ର ବୃକ୍ଷରୋପଣ ହିଁ ଶେଷ ଅସ୍ତ୍ର ଏଣୁ ହେ ଗୁରୁଜନ, ଲଘୁଜନ ଓ ମୋର ସମ ବୟସ୍କ ବନ୍ଧୁମାନେ ସମସ୍ତଙ୍କୁ ନିବେଦନ କରୁଛି କି ନିଜ ନିଜର ଜନ୍ମଦିନ, ବିବାହ ବାର୍ଷିକ, ବିଭିନ୍ନ ପ୍ରତିଷ୍ଠା ଦିବସ ଆଦି ସ୍ମରଣୀୟ ଦିନ ମାନଙ୍କରେ ଆମେ ମାନେ ବୃକ୍ଷ ରୋପଣ କରି ଅନ୍ୟ ମାନଙ୍କ ପାଇଁ ଉଦାହାରଣ ସାଜିବା ବୋଲି ପ୍ରୀତିକ୍ରିଷ୍ଣା ଆହ୍ଵାନ ଦେଇଛନ୍ତି ।
ଉକ୍ତ କାର୍ଯ୍ୟକ୍ରମରେ ନିରଞ୍ଜନ ସାହୁ, ଆରତୀ ମହାକୁଡ଼, ପ୍ରୀତି ପ୍ରଜ୍ଞା ସାହୁ, ଦେବରାଜ ସାହୁ, ସୁଦାମ ଚରଣ ପଣ୍ଡା, ସୁମନ୍ତ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।