ନୂଆଦିଲ୍ଲୀ– ବିପୁଳ ମାତ୍ରାରେ ଡ଼୍ରଗ୍ସ ଧରାପଡିବବା ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଶୁକ୍ରବାର କଂଗ୍ରେସକୁ ଟାର୍ଗେଟ୍ କରିଛନ୍ତି । ସେ କହିଛନ୍ତି ଯେ, କଂଗ୍ରେସ ଯୁବକ ମାନଙ୍କୁ ଡ୍ରଗ୍ସର ଅନ୍ଧକାରମୟ ଦୁନିଆ ମଧ୍ୟକୁ ନେଇଯିବାକୁ ଚାହୁଁଛି । ଅମିତ ଶାହ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସ ରେ ଏନେଇ କରିଥିବା ପୋଷ୍ଟ ରେ ଉଲ୍ଲେଖ କରିଛନ୍ତି ଯେ, ଗୋଟିଏ ପଟେ ମୋଦୀ ସରକାର ନିଶାମୁକ୍ତ ଭାରତ ନିମନ୍ତେ ଜିରୋ ଟଲରେନ୍ସ ନୀତି ଆପଣେଇଥିବା ବେଳେ ଅନ୍ୟପକ୍ଷରେ ଉତର ଭାରତରୁ ଧରାପଡିଥିବା ୫, ୬୦୦ କୋଟି ମୂଲ୍ୟର ଡ୍ରଗ୍ସ ରେ କଂଗ୍ରେସର ଜଣେ ପ୍ରମୁଖ ବ୍ୟକ୍ତିଙ୍କ ସମ୍ପୃକ୍ତି ଅତ୍ୟନ୍ତ ବିପଦପୂର୍ଣ୍ଣ ଏବଂ ଲଜ୍ଜାଜନକ ।