
କଲମ୍– ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡ.ଏସ ଜୟଶଙ୍କର ଆଜି ସକାଳେ ଶ୍ରୀଲଙ୍କା ଗ୍ରସ୍ତରେ ରାଜଧାନୀ କଲମ୍ବୋରେ ପହଁଞ୍ଚିଛନ୍ତି। ସେ ଏକ୍ସ ପୋଷ୍ଟରେ କହିଛନ୍ତି ପୁଣି ଥରେ କଲମ୍ବୋ ଆସି ଭଲ ଲାଗିଲା। ଆଜି ଶ୍ରୀଲଙ୍କା ନେତୃତ୍ୱଙ୍କ ସହ ଆଲୋଚନା କରିବାକୁ ଅପେକ୍ଷା କରିଛି। ଶ୍ରୀଲଙ୍କାରେ ରାଷ୍ଟ୍ରପତି ଅନୁରା କୁମାର ଦିସାନାୟକେ ଗତ ସପ୍ତାହରେ ଦାୟିତ୍ୱ ଗ୍ରହଣ କରିବା ପରେ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଏହା ପ୍ରଥମ ଉଚ୍ଚସ୍ତରୀୟ ଗସ୍ତ। ଭାରତର ବୈଦେଶିକ ମନ୍ତ୍ରାଳୟର ବିବୃତ୍ତି ଅନୁଯାୟୀ ଡ.ଜୟଶଙ୍କର ଆଜି ଶ୍ରୀଲଙ୍କାର ନେତୃତ୍ୱଙ୍କ ସହ ଭେଟିବେ। ଭାରତର ପଡୋଶୀ ପ୍ରଥମ ନୀତି ଏବଂ ସାଗର ଭିଜନକୁ ଦୃଷ୍ଟିରେ ରଖି ଏହି ଗସ୍ତ ପାରସ୍ପରିକ ଲାଭ ପାଇଁ ଦୀର୍ଘ ସହଭାଗୀତାକୁ ଆହୁରି ମଜବୁତ କରିବା ପାଇଁ ଉଭୟ ଦେଶର ସହଭାଗୀ ପ୍ରତିବଦ୍ଧତାକୁ ଦର୍ଶାଯାଇଛି।