ଗଞାମ- ଓଡ଼ିଶା ରାଜ୍ୟ ବିଜେଡ଼ି ପକ୍ଷରୁ ନିଆ ଯାଇଥିବା ନିଷ୍ପତ୍ତି ଓ ଦଳ ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ ପ୍ରକାରେ ସବୁ ବର୍ଷ ପରି ଏବର୍ଷ ମଧ୍ୟ ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀ ଠାରୁ ରାଜ୍ୟ ସାରା ଦଳର ଜନ ସମ୍ପର୍କ ଯାତ୍ରା ଆରମ୍ଭ ହେଉଥିବା ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଶେରଗଡ଼ ବ୍ଲକ ବିଜୁ ଜନତା ଦଳ ପକ୍ଷରୁ ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ବ୍ଳକ କାର୍ଯ୍ୟଳୟ ନିକଟରୁ ନେତା ଓ ଦଳୀୟ କର୍ମୀମାନେ ଏକତ୍ରିତ ହୋଇ ପଦଯାତ୍ରାରେ ବାହାରି ଶେରଗଡ଼ ଚାରି ଛକରେ ଥିବା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟାର୍ପଣ କରିଥିଲେ l ପରେ ଜନ ସଚେତନତା ଉଦ୍ଦେଶ୍ୟରେ ଶେରଗଡ଼ ସହର ପରିକ୍ରମା କରବା ପରେ,ବଜାର ଛକଠାରେ ଏକ ଜନସଭା ଅନୁଷ୍ଠିତ ହୋଇଥିଲା l ଏହି ସଭାରେ ସ୍ଥାନୀୟ ନେତୃ ମଣ୍ଡଳୀ ବିଜେପି ଦଳ କିପରି ମିଛ ପ୍ରଚାର, ଜରିଆରେ ସରକାର ଗଠନ କରି ଜନସାଧାରଣକୁ ଭୋକୁଆ ବନାଇବା ସହିତ ଅତ୍ୟାବଶକ ଜିନିଷର ଦରଦାମ ବୃଦ୍ଧି ଘଟାଇ ଗରିବ ଶୋଷଣ କରୁଛି ତାର ତୀବ୍ର ସମାଲୋଚନା କରିଥିଲେ l ରାଜ୍ୟ ସରକାରର ବର୍ତ୍ତମାନ କାର୍ଯ୍ୟ ଶୈଳୀ ବିରୋଧରେ ଜନ ଚେତନା ଜାଗ୍ରତ କରିବା ପାଇଁ ପର୍ଯ୍ୟାୟ କ୍ରମେ ଶେରଗଡ଼ ବ୍ଲକର ବିଭିନ୍ନ ଅଞ୍ଚଳକୁ ପଦଯାତ୍ରାରେ ଯାଇ ଜନସାଧାରଣଙ୍କୁ ସଚେତନ କରାଯିବ l ନବୀନ ପଟ୍ଟନାୟକ ବିଜେଡ଼ି ସରକାର ସମୟରେ କିପରି ଶେରଗଡ଼ ବ୍ଲକର ସବୁ ଜନ ହିତକର ଯୋଜନା କିପରି ଲୋକଙ୍କ ପାଖରେ ପହଞ୍ଚାଇଥିଲେ ସେ ବିଷୟରେ ମଧ୍ୟ ଲୋକଙ୍କୁ ଅବଗତ କରାଯିବ l
ବିଜେଡ଼ିର ଏହି ଜନ ସମ୍ପର୍କ ପଦଯାତ୍ରାରେ ଶେରଗଡ଼ ବ୍ଳକ ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ନାୟକ, ୫୬ ନମ୍ବର ଜୋନ ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ଚିତ୍ତରଞ୍ଜନ ପାଣିଗ୍ରାହୀ, ୫୭ ନମ୍ବର ଜୋନ ସଭ୍ୟା ପ୍ରତିନିଧି ସମୀର କୁମାର ପ୍ରଧାନ, ୫୮ ନମ୍ବର ସଭ୍ୟ ପ୍ରତିନିଧି, ବ୍ଳକ ଉପାଧ୍ୟକ୍ଷ ପ୍ରତିନିଧି, ବ୍ଳକ ଯୁବ ବିଜେଡ଼ି ସଭାପତି ସନ୍ତୋଷ କୁମାର ପଟ୍ଟନାୟକ, ବ୍ଳକ ବିଜେଡ଼ି ସଭାପତି ଶରତ ପାତ୍ର, ବରିଷ୍ଠ ବିଜେଡ଼ି ନେତା ହୀନ ବେହେରା, ହୃଷିକେଶ ପାଢ଼ୀ, ମେଘନାଦ ଦାସ କାଳୁ ଚରଣ ସାହୁ, ରଞ୍ଜନ ସେଠି,ସରପଞ୍ଚ ଗୁରୁନାଥ ପୋଲାଈ ଶିବରାମ ମେହେଣା, ଯୁବ ବିଜେଡ଼ି କର୍ମୀ ବାସୁଦେବ ସ୍ଵାଇଁ, ଦୁର୍ଗା ବିଷୋୟୀ, ଗୌରହରି ବିଷୋୟୀଙ୍କ ସମେତ ବ୍ଳକର ବିଭିନ୍ନ ପଞ୍ଚାୟତରୁ ସରପଞ୍ଚ ଓ ସମିତିସଭ୍ୟ ପ୍ରମୁଖ ନେତୃ ସ୍ଥାନୀୟ ଦଳୀୟ କର୍ମୀ ମାନେ ଯୋଗ ଦେଇଥିଲେ ।