
ନୂଆଦିଲ୍ଲୀ– ସୁପ୍ରିମକୋର୍ଟ 1998ରେ ବିହାରର ପୂର୍ବତନ ମନ୍ତ୍ରୀ ବ୍ରଜବିହାରୀ ପ୍ରସାଦଙ୍କ ହତ୍ୟା ଘଟଣାରେ ପୂର୍ବତନ ସାଂସଦ ସୂରଜଭାନ ସିଂହ ସମେତ 6 ଜଣଙ୍କୁ ନିର୍ଦ୍ଦୋଶରେ ଖଲାସ କରିବାରେ ପାଟଣା ହାଇକୋର୍ଟଙ୍କ ନିଷ୍ପତ୍ତିଙ୍କୁ ବଳବତର ରଖିଛନ୍ତି । ତେବେ ଜଷ୍ଟିସ ସଞ୍ଜୀବ ଖନ୍ନାଙ୍କ ନେତୃତ୍ୱରେ ହୋଇଥିବା ବେଞ୍ଚ ମୁନ୍ନା ଶୁକ୍ଲା ଏବଂ ମଣ୍ଟୁ ତିୱାରୀଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ।ସୁପ୍ରିମ କୋର୍ଟ ଉଭୟଙ୍କୁ 15 ଦିନ ମଧ୍ୟରେ ଆତ୍ମସମର୍ପଣ କରିବାକୁ କହିଛନ୍ତି। ପାଟନା ହାଇକୋର୍ଟ ଏହି ମାମଲାରେ ପୂର୍ବତନ ସାଂସଦ ସୁରଜଭାନୁ ସିଂହ ,ପୁର୍ବ ବିଧାୟକ ମୁନ୍ନା ଶୁକ୍ଳା ସମେତ ଅନ୍ୟ 9 ଜଣଙ୍କୁ ନିର୍ଦୋଷରେ ଖଲାସ କରିଥିଲେ। । ବ୍ରଜବିହାରୀ ପ୍ରସାଦଙ୍କୁ 1998ରେ ହତ୍ୟା କରାଯାଇଥିଲା ଯେତେବେଳେ ତାଙ୍କୁ ଆଇଜିଆଇଏମଏସରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ପୂର୍ବତନ ମନ୍ତ୍ରୀଙ୍କ ପତ୍ନୀ ଏବଂ ଭାଜପା ନେତା ରମାଦେବୀଙ୍କ ବ୍ୟତୀତ ସିବିଆଇ ପାଟନା ହାଇକୋର୍ଟଙ୍କ ନିର୍ଦେଶକୁ ଚ୍ୟାଲେଞ୍ଜ କରିଥିଲେ।