
ଭୁବନେଶ୍ୱର– ଆଜି କୃଷି ଭବନରେ କୃଷି ଯନ୍ତ୍ରପାତି ମେଳା-2024 ଆୟୋଜିତ ହୋଇଛି । ଏହି କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଯୋଗ ଦେଇ ଛନ୍ତି । ଏନେଇ ଏକ୍ସ ହ୍ୟାଣ୍ଡେଲରେ ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, କୃଷି ମେଳା 2024ରେ ସାମିଲ ହୋଇ କୃଷି ଯନ୍ତ୍ରପାତିରେ କିପରି ବୈପ୍ଳବିକ ପରିବର୍ତ୍ତନ ଆସିପାରିବ ଓ ଏହା ଆମ କୃଷକ ମାନଙ୍କୁ କିପରି ଭାବେ ଉନ୍ନତ ଧରଣର ଉତ୍ପାଦନରେ ସହାୟକ ହେବ ସେ ବିଷୟରେ ସମସ୍ତଙ୍କୁ ଅବଗତ କରାଇଥିଲି। ଏହି ସଭାରେ ମୋ ସହ କୃଷି ଏବଂ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ଼ଃ. ଅରବିନ୍ଦ କୁମାର ପାଢ଼ୀ ଓ କୃଷି ନିର୍ଦ୍ଦେଶକ ଶ୍ରୀ ପ୍ରେମ ଚନ୍ଦ୍ର ଚୌଧୁରୀ ମଧ୍ୟ ଯୋଗ ଦେଇଥିଲେ ।